
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଜ଼ିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଢାବାରେ ମଦ ବିକ୍ରି ଉପରେ ଯାଂଚ,ଏନ ଏଚ ୪୯ରେ ରାସ୍ତା ପାର୍ଶ୍ଵରେ ଜବର ଦଖଲ ଦୋକାନ ଗୁଡ଼ିକୁ ଚିହ୍ନଟ ଓ ଉଚ୍ଛେଦ,ଗାଡ଼ି ଚଳାଇବା ବେଳେ ହେଲମେଟ,ସିଟବେଲ୍ଟ ପିନ୍ଧିବା,ନିର୍ଦ୍ଧାରିତ ଗତିରେ ଗାଡ଼ି ଚଳାଇବା,ଜିଲ୍ଲାରେ ସଡ଼କ ଦୁର୍ଘଟଣା କିଭଳି ଭାବେ ରୋକାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।ବୈଠକରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ୍,ଉପ ଜ଼ିଲ୍ଲାପାଳ ପରିକ୍ଷିତ ସାହୁ, ଆରଏଣ୍ଡବି ଅଧିକ୍ଷଣ ଯନ୍ତ୍ରୀ ଅଭିଷେକ ଓଝା,ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥୀ,ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀ ରାଜୁ ସାହା,ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା,କମିଟିର ସଦସ୍ୟ ସତ୍ୟ ନାରାୟଣ ମିଶ୍ର,ସିଦ୍ଧାର୍ଥ ଗୁରୁଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ଥିଲେ।




