ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ ଯଦି ଏହିସବୁ ଅଭ୍ୟାସ ନ କରିବା ତେବେ ଏଭଳି ସମସ୍ୟାରୁ ଦୂରେଇ ରହିପାରିବ। ଆମେ ଆଜି ଆପଣଙ୍କର କିଛି ଏମିତି ଅଭ୍ୟାସ ବିଷୟରେ ସତର୍କ କରାଇବୁ ଯାହା ଆପଣଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଉଛି। ଆସନ୍ତୁ ସେଗୁଡ଼ିକୁ ଜାଣିବା।

ଫୋନ୍ ବ୍ୟବହାର କରିବା:

ଅଧିକାଂଶ ସମୟ ଫୋନ୍ ବ୍ୟବହାର କରିବାରୁ ବିରତ ରୁହନ୍ତୁ। ଅନେକ ସମୟରେ ଆମେ ବିଳମ୍ବିତ ରାତି ପର୍ୟ୍ୟନ୍ତକ ମୋବାଇଲ୍ ଫୋନ୍‌ କରୁ। ନିଦ ଆସିଲେ ମୁଣ୍ଡ ପାଖରେ ମୋବାଇଲ ରଖି ଶୋଇଯାଉ। କେବଳ ସେତେକି ନୁହେଁ ସକାଳୁ ବିଛଣାରୁ ଉଠିବା ମାତ୍ରେ ଆଗ ମୋବାଇଲ ଖୋଜାପଡୁଛି। ମୋବାଇଲ୍‌ରେ ହ୍ୱାଟ୍ସଆପ୍, ଫେସ୍‌ବୁକ ଓ ଅନ୍ୟାନ୍ୟା ଆଗ ଚେକ୍ ହେଉଛି। ଯଦି ଆପଣ ଏମିତି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।

ଏପରି କରିବା ଦ୍ୱାରା ଆପଣ ମୋବାଇରୁ ନିର୍ଗତ ହେଉଥିବା ହାନିକାରକ ରେଡିଏସନ୍‌ର ପ୍ରଭାବିତ ହୋଇପାରନ୍ତି। ଏଥିରେ ମାନସିକ ଚାପ ଅଧିକ ବଢ଼ିଯିବା ଆପଣ ଚିନ୍ତାଗ୍ରସ୍ତ ହେଇଯିବେ। ତେଣୁ କେବଳ ଆବଶ୍ୟକ ସ୍ଥଳେ ହିଁ ମୋବାଇଲ୍‌ର ବ୍ୟବହାର କରନ୍ତୁ। ଏହା ବାଦ୍ ମୋବାଇଲକୁ ଛାତି ପକେଟ୍‌ରେ ନ ରଖିଲେ ଭଲ। କାରଣ ମୋବାଇଲ୍‌ର ଭାଇବ୍ରେସନ ହାର୍ଟ ଉପରେ କୁ ପ୍ରଭାବ ପକାଇଥାଏ।

କମ୍ ନିଦ ଶୋଇବା: ଆଜିକାଲି ଆମେ ଆଉ ୮ ଘଣ୍ଟା ଶୋଉ ନାହାନ୍ତି। କାର୍ୟ୍ୟ ବ୍ୟବସ୍ତତା ହେଉ କିମ୍ବା ଅନିଦ୍ରା କାରଣରୁ ହେଉ ଆମକୁ କମ୍ ନିଦ ହେଉଛି। ଯାହା ଖୁବ ହାନିକାରକ।କାରଣ କମ୍ ନିଦ ହେବା କେବଳ ଶାରୀରିକ ନୁହେଁ, ବରଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଠିକ୍ ପର୍ୟ୍ୟାପ୍ତ ନିଦ ଶୋଇବା ଦରକାର।

ଅନ୍ୟ ସହ ନିଜକୁ ତୁଳନା କରିବା- ଅନ୍ୟ ସହ ନିଜର ତୁଳନା କରିବା ଏକ ଖରାପ ଅଭ୍ୟାସ। ଏମିତି କରିବା ଦ୍ୱାରା ମାନିସିକ ଅଶାନ୍ତି ସହ ବେଳେ ବେଳେ ହିଂସାଭାବ ବି ସୃଷ୍ଟି ହୋଇଥାଏ। ମନ ଅସ୍ଥିର ଲାଗିଥାଏ। ମାନସିକ ଅସନ୍ତୋଷ ସହ ଚାପ ସୃଷ୍ଟି କରିଥାଏ। ଏଣୁ ଏଭଳି କରିବା ଆଦୌ ଉଚିତ୍ ନୁହେଁ। ଯଦି ଆପଣ କିମ୍ବା ଆପଣଙ୍କ ପରିବାର ଲୋକେ ଏମିତି ଅନ୍ୟ ସହ ତୁଳନା କରୁଛନ୍ତି ତେବେ ନିଜେ ଏହା ବନ୍ଦ କରନ୍ତୁ ଓ ପରିବାରକୁ ବନ୍ଦ କରିବାକୁ କୁହନ୍ତୁ। କାରଣ କାହାର କାହା ସହିତ କେବେ ତୁଳନା ହୋଇନଥାଏ। ସବୁ ସୃଷ୍ଟିର କିଛିଟା ନୂତନତ୍ୱ ରହିଥାଏ। ତେଣୁ ତୁଳନା ସବୁଠାରୁ ଖରାପ ଅଭ୍ୟାସ।

  • Related Posts

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading
    ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

    ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ