୭ରୁ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ରୋଡ୍‌ ଶୋ’

ଭୁବନେଶ୍ବର: ଚଳିତ ମାସ ୭ ଓ ୮ତାରିଖରେ ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ଅବସରରେ ଅଗ୍ରଣୀ ଶିଳ୍ପସଂସ୍ଥା, ଏମ୍‌ଏସ୍‌ଏମ୍‌ଇ, ଆଗାମୀ ଦିନର ବ୍ୟବସାୟୀ, ବାଣିଜ୍ୟ ସଂଘର କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ।
ଏ ନେଇ ଆସୋଚାମ୍ ସହଯୋଗରେ ୭ ତାରିଖ ଦିନ ଓଡ଼ିଶା ଫୁଡ୍‌ ପ୍ରୋ-୨୦୨୬ ସମ୍ମିଳନୀ ଆୟୋଜନ କରାଯିବ। ଏହି ରୋଡ୍ ଶୋ’ ଜରିଆରେ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ, ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ଓଡ଼ିଶାରେ ଥିବା ସମ୍ଭାବନାକୁ ଉଜାଗର କରାଯିବ। ଏହି ଅବସରରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚନ କରାଯିବ। ଏହାସହ ଇସ୍ପାତ, କେମିକାଲ, ବୟନ, ପ୍ରସାଧନ, ପେଟ୍ରୋକେମିକାଲ ଆଦି କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗୀ ତଥା ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ। ୮ରେ ଗ୍ରେଟର୍ ନୋଏଡାରେ ଆଲୁମିନିୟମ୍ ସହ ଜଡ଼ିତ ଶିଳ୍ପସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ‌‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ।

  • Related Posts

    ମହିଳାଙ୍କୁ ଦଳିଦେଲା ଦନ୍ତା

    କୁଚିଣ୍ଡା : ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଗୋଡାଇ ଗୋଡାଇ ଦଳିଦେଲା ଦନ୍ତା । ମୃତ ମହିଳା ଜଣଙ୍କ ହେଲେ କୁଚିଣ୍ଡା ବନାଞ୍ଚଳ ସଇଡା ଗ୍ରାମର ଅଞ୍ଜଳି କୁସୁମ(୪୬ ବର୍ଷ) । ଗତକାଲି ଠାରୁ ଏକ ୬ ଟିକିଆ ହାତୀପଲ…

    Continue reading
    ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍

    ସୁନ୍ଦରଗଡ଼: ଭିଜିଲାନ୍ସ ପଞ୍ଝାରେ ପ୍ରକଳ୍ପ ନିର୍ଦ୍ଦେଶକ। ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ସୁନ୍ଦରଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ