ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର: ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ ଆଉ ୯୧ଟି ସ୍ବତନ୍ତ୍ର କ୍ୟାନ୍‌ସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌ଜେଏୱାଇ)-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ)ରେ ସାମିଲ କରିଛନ୍ତି। ଫଳରେ ଆୟୁଷ୍ମାନ୍‌ କାର୍ଡରେ ମୋଟ ଚିକିତ୍ସା ପ୍ୟାକେଜ ସଂଖ୍ୟା ୨୨୫୪ରେ ପହଞ୍ଚତ୍ଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, କ୍ୟାନ୍‌ସର ରୋଗୀମାନେ ଆଉ ଆର୍ଥିକ ଚାପରେ ଚିକିତ୍ସାରୁ ବଞ୍ଚତ୍ତ ହେବେ ନାହିଁ। ରାଜ୍ୟ ସରକାରଙ୍କ ଉଦ୍ୟମରେ ସେମାନଙ୍କୁ ଦେୟମୁକ୍ତ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ କରାଯିବ। ଏଥିପାଇଁ ୨୦୨୬-୨୭ ବଜେଟରେ ୩୧୧ କୋଟି ଟଙ୍କାର ପ୍ରାବଧାନ କରାଯାଇଥିବାବେଳେ ସଚେତନତା, ମୋବାଇଲ କ୍ୟାମ୍ପ, ଡିଜିଟାଲ ହବ୍‌-ଆଣ୍ଡ୍‌-ସ୍ପୋକ୍‌ ମଡେଲ ଓ ମାଗଣା ଯାତାୟାତ ସୁବିଧା ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ନୂତନ ୯୧ଟି କ୍ୟାନ୍‌ସର ପ୍ୟାକେଜକୁ ଅନୁମୋଦନ କରିବା ପରେ ରାଜ୍ୟର ସମସ୍ତ ତାଲିକାଭୁକ୍ତ ହସ୍ପିଟାଲରେ ଏହି ପ୍ୟାକେଜ ଅନୁଯାୟୀ ଦେୟମୁକ୍ତ ଚିକିତ୍ସା ସେବା ଆରମ୍ଭ ହୋଇଛି। ଇତିମଧ୍ୟରେ ଯାଜପୁରର ଆର୍ଯ୍ୟଭାନୁ ମହାନ୍ତି ଓ ଭଦ୍ରକର ଜ୍ୟୋତ୍ସ୍ନାରାଣୀ ମହାନ୍ତି ଏହି ଯୋଜନାରେ ସଫଳ ଅସ୍ତ୍ରୋପଚାର କରାଇ ସୁସ୍ଥତା ଆଡ଼କୁ ଅଗ୍ରସର ହୋଇଥିବାବେଳେ ସରକାରଙ୍କ ଏହି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି। ଏହି ଯୋଜନା ନ ଥିଲେ ଏତେ ବ୍ୟୟବହୁଳ ଚିକିତ୍ସା କରାଇବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାନ୍ତା। ସରକାରଙ୍କ ଏହି ଜନହିତକର ପଦକ୍ଷେପ ସେମାନଙ୍କୁ ଏକ ନୂଆ ଜୀବନ ଦେଇଛି।

  • Related Posts

    ପ୍ରାକ୍‌ ନିର୍ବାଚନୀ ହିଂସା: ବ୍ୟାସନଗର ମହାବିଦ୍ୟାଳୟରେ ଫୁଟିଲା ବୋମା

    ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର…

    Continue reading
    ୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

    ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ