ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର ବ୍ଲକ ରାଜଜଙ୍କିଆ ପଞ୍ଚାୟତର ପ୍ରଶାନ୍ତ କୁମାର ଭଟ୍ଟ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ପଞ୍ଚାୟତର ଅକ୍ଷୟ କୁମାର ମାଝୀ ନାମକ ଜଣେ ହିତାଧିକାରୀ ସରକାରଙ୍କ ଠାରୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପାଇଥିଲେ। ଚଳିତବର୍ଷ ଅକ୍ଷୟ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ବେଳେ ୪୦ହଜାର ଟଙ୍କା ବିଲ୍ ପାସ୍ କରିବା ପାଇବା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ଯାଳୟକୁ ଧାଇଁ ଥିଲେ । ପଞ୍ଚାୟତ ଡାଟାଏଣ୍ଟ୍ରି ପ୍ରଶାନ୍ତ କୁମାର ଭଟ୍ଟ ତାଙ୍କୁ ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ଅକ୍ଷୟ ୭ହଜାର ଦେଇଥିବା ବେଳେ ଆଉ ୪ହଜାର ବାକି ରହିଥିଲା। ଏ ସମ୍ପର୍କରେ ଅକ୍ଷୟ ଭିଜିଲାନ୍ସ କାର୍ଯ୍ଯାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ରଙ୍ଗ ବୋଳା ୪ହଜାର ଟଙ୍କା ଅକ୍ଷୟଙ୍କ ଦ୍ବାରା ଡାଟାଏଣ୍ଟ୍ରି ଅପରେଟର ଶ୍ରୀ ଭଟ୍ଟଙ୍କୁ ଟଙ୍କା ଦିଆଯାଇ ଥିଲା। ଟଙ୍କା ଦିଆଯିବା ସମୟରେ ବାହାରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଭିଜିଲାନ୍ସ କର୍ମଚାରୀ ମାନେ ଶ୍ରୀ ଭଟ୍ଟଙ୍କୁ ମାଡି ବସିଥିଲେ। ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱରକୁ ନିଆଯାଇ ପଚରାଉଚରା ଚାଲିଛି। ଏହି ଚଢାଉରେ ଭିଜିଲାନ୍ସ ଡି.ଏସ୍.ପି ସୁରେନ୍ଦ୍ର କୁମାର ବଳ ଓ ଅଶୋକ କୁମାର ବିରୁଆ, ଇନସପେକ୍ଟର ମଧୁସ୍ମିତା କର ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଭବାନୀ ଶଙ୍କର ପଟ୍ଟନାୟକ ଚଢାଉ କରିଥିଲେ।

  • Related Posts

    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading
    କୁଆଖାଇରେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର

    ଭୁବନେଶ୍ବର: କୁଆଖାଇ ନଦୀରେ ଗାଧୋଇବା ବେଳେ ବୁଡିଯାଇ ଭାସିଗଲେ ୨ ଯୁବକ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଉଦ୍ଧାର ଯୁବକ ଜଣକ ହେଲେ ଧଉଳି ଅଞ୍ଚଳ ରୁଦ୍ର ସ୍ବାଇଁ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ