ଲିଟିଲ ଷ୍ଟାର ଗ୍ରୁପର ପାଠ ମଉଜ କାର୍ଯ୍ୟକ୍ରମ

ଆମର ସ୍ବପ୍ନ ହିଁ ଆମ ଭବିଷ୍ୟତ ଗଢେ
ନିମାପଡା : ଆମେ ଆମର ଜୀବନ ରେ ବଡ ହେବାକୁ ହେଲେ ଓ ଆମର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ହେଲେ ଆମ ମାନଙ୍କ ସ୍ବପ୍ନ କୁ ବଡ କରି ସୁଦୂର ପ୍ରସାରି କରିବାକୁ ହେବ. ଆମର ସ୍ୱପ୍ନ ହିଁ ଆମର ଭବିଷ୍ୟତ ଗଢେ ବୋଲି ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ର ୨୨ତମ ପାଠ ମଉଜ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି । ଆଜି ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ନିମାପଡ଼ା ଏନ୍ ଏସି ଅନ୍ତର୍ଗତ ପାଟପୁର ବାବା କପିଳେଶ୍ୱର ଙ୍କ ପିଠ ଠାରେ ଆୟୋଜିତ ସମାରୋହରେ ଶିକ୍ଷାବିତ ଡ଼.ପ୍ରଣବ ସ୍ୱାଇଁ,ରବିନ୍ଦ୍ର ନାଥ ପାଢ଼ୀ,ପ୍ରକାଶ ଖଟୋଇ,ଶିକ୍ଷକ ପୂର୍ଣ୍ଣ ଚଦ୍ର ରାଉତ,ବସନ୍ତ ସ୍ୱାଇଁ,ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର,ସଂଯୁକ୍ତା ମହାନ୍ତି,ଗୌରୀ ପ୍ରିୟା ନନ୍ଦ,କବି କାଳିକିଙ୍କର,ଭି ଗାର୍ଡ ର ମାନବ ସମ୍ବଳ ଅଧିକାରୀ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧନା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ.ପ୍ରତିଟି ପିଲାମାନେ ନିଜ ଅଭିଭାଷଣ ରେ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ କହିଥିଲେ.ଏହି ଅବସରରେ ଚଳିତ ଦଶମ ଶ୍ରେଣୀ ର ପଚାଶ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.କାର୍ଯ୍ୟକ୍ରମ ରେ ବହୁ ଆଗ୍ରହୀ ବିଦ୍ୟାଥୀ ଙ୍କ ସମେତ ସେମାନଙ୍କ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ.ଗ୍ରୁପ ପକ୍ଷରୁ ଅଜୟ ମିଶ୍ର,ନିରଞ୍ଜନ ସାହୁ, ବିଷ୍ଣୁ ପ୍ରସାଦ ମିଶ୍ର, ସାରଦା ପ୍ରସନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ନିମାପଡ଼ା ରୁ ବସନ୍ତ ନାୟକ ରିପୋର୍ଟ

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ