ଶସ୍ତା ହେବ ଇଭି-ହାଇବ୍ରିଡ କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯାତ୍ରୀବାହୀ ଯାନ ଗୁଡିକ ଲାଗି ନୂଆ କର୍ପୋରେଟ ଆଭ୍ରେଜ୍ ଫୁଏଲ୍ ଇକୋନୋମୀ ମାନକକୁ ନେଇ ଏକ ଡ୍ରାଫ୍ଟ ଜାରି କରିଛନ୍ତି । ନୂଆ ନିୟମ ୨୦୨୭ ଏପ୍ରିଲ ପହିଲାରୁ ଲାଗୁ ହେବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ କାର ଗୁଡିକର ମାଇଲେଜ ବଢ଼ାଇବା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା । ଏଥିଯୋଗୁ ଇଥାନଲ, ହାଇବ୍ରିଡ ଏବଂ ଇଭି କାର ଗୁଡିକ ଶସ୍ତା ହେବ । ପ୍ରଦୂଷଣ କରୁଥିବା ପେଟ୍ରୋଲ-ଡିଜେଲ ଗାଡି ଗୁଡିକ ମହଙ୍ଗା ହୋଇପାରେ ।
ନୂଆ ନୀତି ଅଧିନରେ ସରକାର କମ୍ପାନି ଗୁଡିକୁ ଇଭି ଓ ହାଇବ୍ରିଡ କାର ବିକ୍ରି କ୍ଷେତ୍ରରେ ସୁପର୍ କ୍ରେଡିଟ୍ ପ୍ରଦାନ କରିବ । ଯଦି କୌଣସି କମ୍ପାନି ଗୋଟିଏ ଇଲେକ୍ଟ୍ରିକ କାର ବିକୁଥାଏ ତେବେ ଏହାକୁ କାଗଜପତ୍ରରେ ୩ କାର ସମକକ୍ଷ ବିଚାର କରାଯିବ । ଗୋଟିଏ ହାଇବ୍ରିଡ କାରକୁ ୧.୬ କାର ଭାବେ ଧରାଯିବ । ଏହାଦ୍ୱାରା କମ୍ପାନି ଗୁଡିକୁ ନିଜର ପ୍ରଦୂଷଣ କମ୍ କରିବା ଲକ୍ଷ୍ୟ ପୂରଣ କରିବା ସହଜ ହେବ । ଏଭଳି ସ୍ଥିତିରେ କମ୍ପାନି ଗୁଡିକ ଉକ୍ତ କାର ଗୁଡିକୁ ଆକର୍ଷଣୀୟ ମୂଲ୍ୟ ଓ ଅଫର ସହ ବିକ୍ରି କରିପାରିବେ । ଅଧିକ ପ୍ରଦୂଷଣ କରୁଥିବା ବା କମ୍ ମାଇଲେଜ ଦେଉଥିବା କାର୍ କମ୍ପାନି ଗୁଡିକ ଲାଗି ସମସ୍ୟା ହେବ । ଯଦି କୌଣସି କମ୍ପାନିର କାର୍ ହାରାହାରି ନିର୍ଦ୍ଧାରିତ ପ୍ରଦୂଷଣ ସୀମାଠାରୁ ଅଧିକ ହୋଇଥାଏ ତେବେ କମ୍ କ୍ରେଡିଟ୍ ମିଳିବ । ସେହି କ୍ଷତିକୁ ଭରଣା କରିବାକୁ କମ୍ପାନି ଗୁଡିକୁ ଅନ୍ୟ କମ୍ପାନି କିମ୍ବା ସରକାରଙ୍କ ନିକଟରୁ କ୍ରେଡିଟ କିଣିବାକୁ ପଡିବ । ଯାହାର ମୂଲ୍ୟ ପ୍ରତି ଗ୍ରାମ କାର୍ବନ ଡାଇଅକ୍ସାଇଡ୍ ପାଇଁ ୨୫୦୦ରୁ ୪୫୦୦ ଟଙ୍କା ଯାଏ ରହିବ ।
କମ୍ପାନି ଏହି ଜରିମାନାର ବୋଝ ନିଜ ଉପରେ ପକାଇବେ ନାହିଁ । ଅଧିକ ପ୍ରଦୂଷଣ କରୁଥିବା କାର ଗୁଡିକର ମୂଲ୍ୟ ବଢ଼ାଇ ଗ୍ରାହକଙ୍କ ନିକଟରୁ ଏହାରକୁ ଅସୁଲ କରିବେ । ଏହି ପରିବର୍ତ୍ତନ ଯୋଗୁ ଅଟୋମୋବାଇଲ କମ୍ପାନି ଗୁଡିକର ସମ୍ପୂର୍ଣ୍ଣ ରଣନୀତିରେ ପରିବର୍ତ୍ତନ ଆସିବ । ସେମାନେ ପରିବେଶ ଅନୁକୂଳ ଟେକ୍ନୋଲୋଜି ମଡେଲ ଗୁଡିକ ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ପେଟ୍ରୋଲ-ଡିଜେଲ ମଡେଲ ଗୁଡିକ ପଛକୁ ହଟିବ । ଫ୍ଲେକ୍ସ ଫୁଏଲ କାର୍ ୮୫% ରୁ ୧୦୦% ଇଥାନଲ ଭିତ୍ତିକ ଇନ୍ଧନରେ ଚାଲୁଥିବା ଗାଡି ଗୁଡିକୁ ୨୨.୩% ଯାଏ ରିହାତି ମିଳିବ । ଗୋଟିଏ ଫ୍ଲେକ୍ସ ଫୁଏଲ କାର ବିକ୍ରି କ୍ଷେତ୍ରରେ କାଗଜପତ୍ରରେ ଏହାକୁ ୧.୧ ବୋଲି ଧରାଯିବ ।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ