ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ ନିଶାମୁକ୍ତି ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ବିଭିନ୍ନ ସଚେତନତାମୂଳକ ଆଲୋଚନା ସହ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ଯୋଗଦେଇଥିଲେ।ସାହାରା ଏନ୍‌ଜିଓର ମୁଖ୍ୟ ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ଅବସରରେ ସାଇବର ଠକେଇର ବିଭିନ୍ନ କୌଶଳ, ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ସେୟାର ନକରିବା ନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସାଇବର ଅପରାଧର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ଅଭିଭାବକ ଓ ପୁଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା। ପୋକ୍ସୋ ଆଇନ ସମ୍ପର୍କରେ ମଧ୍ୟ ଛାତ୍ରୀମାନଙ୍କୁ ଆବଶ୍ୟକ ସଚେତନତା ଦିଆଯାଇଥିଲା।ଅନ୍ୟପକ୍ଷରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇ ନିଶାଠାରୁ ଦୂରେଇ ରହିବା ସହ ନିଶାମୁକ୍ତ ସମାଜ ଗଠନରେ ଛାତ୍ରୀମାନେ ସଚେତନତାର ବାର୍ତ୍ତାବାହକ ହେବାକୁ ଆହ୍ବାନ ଦିଆଯାଇଥିଲା।କାର୍ଯ୍ୟକ୍ରମ ଅବସରରେ ଛାତ୍ରୀମାନଙ୍କୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ସାଇବର ସୁରକ୍ଷା, ଆଇନ ସଚେତନତା ଓ ନିଶାମୁକ୍ତ ସମାଜ ଭଳି ବିଷୟ ଉପରେ ଛାତ୍ରୀମାନେ ନିଜର ମତାମତ ରଖିଥିଲେ। ଚିତ୍ରାଙ୍କନ ମାଧ୍ୟମରେ ମଧ୍ୟ ସଚେତନତାର ବାର୍ତ୍ତା ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ମୋଟ ୧୮ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ବାବଦରେ ୧,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୬୦୦ ଟଙ୍କା ଓ ତୃତୀୟ ପୁରସ୍କାର ୪୦୦ ଟଙ୍କା ପ୍ରଦାନ କରାଯାଇଥିଲା।ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ସମନ୍ୱୟ ବୃଦ୍ଧି ସହ ଛାତ୍ରୀମାନଙ୍କୁ ଆଇନ ସମ୍ପର୍କରେ ସଚେତନ କରିବା ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ରାଇକିଆ ପୋଲିସ ପକ୍ଷରୁ ଜ୍ୟୋତି ପ୍ରଧାନ, କଳ୍ପନା ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ପତି, ଦୀନେଶ ପ୍ରଧାନ, ସୁନୀଲ ପ୍ରଧାନ, ବିବେକାନନ୍ଦ ନାୟକ, ସାଜେଶ ପ୍ରଧାନ, ସନାତନ ନାୟକ, ଆଶାଲତା ପ୍ରଧାନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ, ଉପସ୍ଥିତ ରହିଥିଲେ।

ରିପୋର୍ଟର : ଦୁତି କୃଷ୍ଣ ପଣ୍ଡା

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନଶ୍ୱେର : ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ