ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ଏହି ଅବସରରେ ସଂସଦ ଭବନଠାରୁ ଆରମ୍ଭ କରି ସଦନ ଭିତର ପର୍ଯ୍ୟନ୍ତ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକସଭାର କାର୍ଯ୍ୟାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଅନ୍ୟପକ୍ଷରେ, ରାଜ୍ୟସଭାରେ ମଧ୍ୟ ଭୀଷଣ ହଙ୍ଗାମା ଜାରି ରହିଛି ।

ଗୁରୁବାର ଅଧିବେଶନର ଶେଷ ମୁହୂର୍ତ୍ତରେ ଲୋକସଭାରେ ପୂରା ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ସାଂସଦ ଛିଡ଼ା ହୋଇଥିଲେ । ବନ୍ଦେ ମାତରମ୍ ଗାନ ପରେ ଲୋକସଭା ସ୍ପିକର ଓମ ବିର୍ଲା ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରିଥିଲେ ।

ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ ଥିବାରୁ ସତ୍ତାପକ୍ଷ ଏବଂ ବିରୋଧୀ ଉଭୟ ପକ୍ଷରୁ ସଂସଦ ପରିସରରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ପୂରା ଅଧିବେଶନ ସମୟରେ ସଂସଦ ଭିତରେ ଏବଂ ବାହାରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।

ସମଗ୍ର ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ, ଦିଲ୍ଲୀରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀଙ୍କ ହଙ୍ଗାମା, ରାମମନ୍ଦିର ଚାନ୍ଦା ଚୋରି ଅଭିଯୋଗ ଏହିପରି ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ବାର ସଦନର କାର୍ଯ୍ୟାନୁଷ୍ଠାନ ବାଧାପ୍ରାପ୍ତ ହୋଇଥିଲା ।

  • Related Posts

    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading
    ଜିମ୍ବାୱେରେ  ଡଙ୍ଗା ବୁଡ଼ିଲା; ୧୫  ମୃତ

    ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଚି। ରିପୋର୍ଟ ଅନୁଯାୟୀ ୧୫ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ଏବଂ ୨୦ ରୁ ଅଧିକ ନିଖୋଜ ଅଛନ୍ତି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ