
ସ୍ୱଚ୍ଛ ରାଇକିଆ ଗଠନ ଦିଗରେ ସରପଞ୍ଚଙ୍କ ଉଦ୍ୟମ
ରାଇକିଆ: ସ୍ୱାଧୀନତା ଦିବସ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ଆବର୍ଜନା ସଫେଇ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ସଫେଇ ଗାଡ଼ି ଉଦ୍ଘାଟନ କରାଯାଇଛି। ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ଉଦ୍ୟମରେ ଏହି ସଫେଇ ଗାଡ଼ିର ଶୁଭାରମ୍ଭ ହୋଇଥିବା ବେଳେ ଏହା ଦ୍ୱାରା ପଞ୍ଚାୟତ ଅଞ୍ଚଳରେ ଘରୋଇ ଆବର୍ଜନା ସଂଗ୍ରହ ଓ ସଫେଇ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରାଯିବ।କାର୍ଯ୍ୟକ୍ରମରେ ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ନାୟବ ସରପଞ୍ଚ ନିଥlନିଏଲ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଶମ୍ଭୁ ଗୌଡ଼, ଜିପିଡିଓ ମହେଶ ପଟ୍ଟନାୟକ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର, ନାଗରିକ ମଞ୍ଚ ସଭାପତି ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଅଭିମନ୍ୟୁ ପଣ୍ଡା ୱାର୍ଡ ସଭ୍ୟ ମିଟୁ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ଦିଗାଲ, ରାଜକିଶୋର ପରିଛାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଗ୍ରାମବାସୀ, ଏମ୍ବିକେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ।ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସୁସ୍ଥ ସମାଜର ଏକ ପ୍ରମୁଖ ଆଧାର ହୋଇଥିବାରୁ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ଆବର୍ଜନା ଏଣେତେଣେ ନ ପକାଇ ନିର୍ଦ୍ଧାରିତ ସ୍ଥାନରେ ଦେବା ସହ ସଫେଇ ଗାଡ଼ିକୁ ସହଯୋଗ କରି ରାଇକିଆକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପଞ୍ଚାୟତ ପକ୍ଷରୁ ଗ୍ରାମବାସୀଙ୍କୁ ଆହ୍ୱାନ ଦିଆଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




