ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଚଳି

ନୂଆଦିଲ୍ଲୀ; ”ସରକାର ଆସିବେ, ସରକାର ଯିବେ, ପାର୍ଟି ତିଆରି ହେବ ଭାଙ୍ଗିବ, ହେଲେ ଦେଶ ସବୁବେଳେ ରହିବା ଦରକାର, ଦେଶର ଲୋକତନ୍ତ୍ର ରହିବା ଦରକାର । ” ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏହି କଥା ଆଜି ବି ଭାରତୀୟଙ୍କ ଚିନ୍ତାଧାରା, ଦେଶର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ମନେ ପକାଇଦିଏ । ଆଜି ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାଚସ୍ପତି ଓମ ବିର୍ଲା ତାଙ୍କୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୈଦବ ଅଟଳ ମେମୋରିଆଲରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ଅନ୍ୟ ବିଶିଷ୍ଟ ନେତାମାନେ ‘ସଦୈବ ଅଟଳ’ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନେକ ପ୍ରମୁଖ ନେତା ଏକ୍ସରେ ପୋଷ୍ଟ କରି ବାଜପେୟୀଙ୍କୁ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସରେ ଏକ୍ସ ପୋଷ୍ଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ତାଙ୍କୁ ଜଣେ ଅସାଧାରଣ ରାଜନେତା ଭାବରେ ବର୍ଣ୍ଣନା କରିଛ ନ୍ତି। ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ତାଙ୍କ ସମଗ୍ର ଜୀବନ ଦେଶ ସେବା ପାଇଁ ଉତ୍ସର୍ଗ କରିଥିଲେ । ତାଙ୍କର ଚିନ୍ତାଧାରା ଏବଂ ପ୍ରୟାସ ଆଗାମୀ ପିଢ଼ିକୁ ପ୍ରେରଣା ଦେଇଥିଲା, ଏବଂ ତାଙ୍କ ନେତୃତ୍ୱ ଦେଶକୁ ମଜବୁତ କରିଥିଲା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ X ରେ ପୋଷ୍ଟ କରି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ଅମିତ ଶାହ ଲେଖିଛନ୍ତି ଯେ, ସେ ପରମାଣୁ ପରୀକ୍ଷଣ ଏବଂ କାରଗିଲ ଯୁଦ୍ଧ ମାଧ୍ୟମରେ ବିଶ୍ୱକୁ ଭାରତର ଶକ୍ତି ପ୍ରଦର୍ଶନ କରିଥିଲେ। ତାଙ୍କର ମୂଲ୍ୟବୋଧ ଭିତ୍ତିକ ରାଜନୀତି ଅନ୍ତ୍ୟୋଦୟ (ଉନ୍ନତିର ଆଦର୍ଶ) ଏବଂ ସୁଶାସନର ଦୃଷ୍ଟିକୋଣକୁ ଜୀବନ୍ତ କରିଥିଲା । ବାଜପେୟୀଙ୍କ ରାଜନୈତିକ କ୍ୟାରିୟର ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଜଣାଶୁଣା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ପରମାଣୁ ପରୀକ୍ଷଣଠାରୁ ଆରମ୍ଭ କରି ଗ୍ରାମୀଣ ସଡ଼କ ପ୍ରକଳ୍ପ, ଦୂରସଂଚାର ଏବଂ ଶିକ୍ଷା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ।

ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ, ଅଟଳ ବିହାରୀ ବାଜପେୟୀ ପୋଖରାନ ପରମାଣୁ ପରୀକ୍ଷଣ କରି ବିଶ୍ୱ ସମ୍ମୁଖରେ ଭାରତର ଶକ୍ତି ପ୍ରଦର୍ଶନ କରିଥିଲେ । ରାଜସ୍ଥାନର ପୋଖରାନ ପରମାଣୁ ପରୀକ୍ଷଣ ପରମାଣୁ ଶକ୍ତି ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିଥିଲା। ସେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାଜପଥ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଥିଲେ । ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ମଧ୍ୟ ଆରମ୍ଭ କରିଥିଲେ, ଯାହାକୁ ଗ୍ରାମଗୁଡ଼ିକୁ ପକ୍କା ରାସ୍ତା ସହିତ ସଂଯୋଗ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଥିଲା ।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ତାଙ୍କ ସ୍ମାରକୀ ‘ସଦୈବ ଅଟଳ’…

    Continue reading
    ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୫୭ ଛୁଇଁଲା

    ଜାକର୍ତ୍ତା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସହିତ ଭୂମିକମ୍ପ ପରେ ପରେ ୩୪୧ ଥର ଝଟକା ଅନୁଭୂତ ହୋଇଛି। ଏହା ସୂଚିତ କରୁଛି ଯେ, ଆଗାମି ଦିନରେ ପୁଣି ଭୂମିକମ୍ପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ