ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲା: ଚମ୍ପତ ରାୟ, ଅନିଲ ମିଶ୍ର ଦୋଷମୁକ୍ତ

ଲକ୍ଷ୍ନୌ: ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଦାନ ଅର୍ଥ ଆତ୍ମସାତ୍‌ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ(ଏସ୍‌ଆଇଟି) ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଦୋଷମୁକ୍ତ କରିଛି। ଏସଆଇଟି ଟ୍ରଷ୍ଟର ପୂର୍ବତନ ସଦସ୍ୟ ଅନିଲ ମିଶ୍ରଙ୍କୁ ମଧ୍ୟ ଏସ୍‌ଆଇଟି ତରଫରୁ କ୍ଲିନଚିଟ୍‌ ମିଳିଛି। ଦାନ ଅର୍ଥ ଆତ୍ମସାତ୍‌ ଅଭିଯୋଗ ଆସିବା ପରେ ଚମ୍ପତ ଏବଂ ଅନିଲ ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ଟ୍ରଷ୍ଟରୁ ଗତ ଜୁନ୍ ୨୭ ତାରିଖରେ ଇସ୍ତଫା ଦେଇଥିଲେ। ଉତ୍ତର ପ୍ରଦେଶ ଗୃହ ବିଭାଗ ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦଳର ଚୂଡ଼ାନ୍ତ ରିପୋର୍ଟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ହସ୍ତାନ୍ତର କରିଛି।

ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଚମ୍ପତ ରାୟ ମନ୍ଦିରରେ ଦାନ ଚୋରିରେ କୌଣସି ଭୂମିକାକୁ ଅସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଅଭିଯୋଗ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା। ଚମ୍ପତ ପୁଲିସକୁ ଏହା ମଧ୍ୟ କହିଥିଲେ ଯେ ଦାନ ସଂଗ୍ରହରେ କୌଣସି ଅନିୟମିତତା ନ ହେବା ନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ଏବଂ ଭୁଲ୍ ବିଷୟରେ ଜାଣିବା ମାତ୍ରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଟ୍ରଷ୍ଟର ଅନୁରୋଧରେ ରାଜ୍ୟ ସରକାର ଜୁନ୍ ୧୩ ତାରିଖରେ ଲକ୍ଷ୍ନୌ ଡିଭିଜନାଲ କମିସନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ତିନି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଥିଲେ। ଏହାର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ରେଞ୍ଜ ଇନ୍ସପେକ୍ଟର ଜେନେରାଲ କିରଣ ଏସ୍ ଏବଂ ସ୍ୱତନ୍ତ୍ର ସଚିବ (ଅର୍ଥ) ନୀଳ ରତନ କୁମାର ଅଛନ୍ତି।

ଏସ୍‌ଆଇଟି ଜୁନ୍ ୨୩ ତାରିଖରେ ରାଜ୍ୟ ସରକାରଙ୍କୁ ତାଙ୍କର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଥିଲା, ଯେଉଁଥିରେ ଅନେକ ସୁପାରିସ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଆଧାରରେ, ଟ୍ରଷ୍ଟ ସଦସ୍ୟ କୃଷ୍ଣମୋହନ ଶ୍ରୀରାମ ଜନ୍ମଭୂମି ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ, ଯାହା ପରେ ଜୁନ୍ ୨୫ ତାରିଖରେ ଏହି ମାମଲାରେ ଏକ ଏଫଆଇଆର ରୁଜୁ ହୋଇଥିଲା। ଏଫଆଇଆରରେ ଆଠ ଜଣଙ୍କ ନାମ ରହିଛି। ସେମାନେ ହେଲେ ଅଭିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁଭାଷ ଶ୍ରୀବାସ୍ତବ ଏବଂ ରାମ ଶଙ୍କର ଯାଦବ ଓରଫ ଟିନୁ। ସମସ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(କ) ଅନୁଯାୟୀ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ