ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, ଆମ ବସ୍ ଭାଙ୍ଗିଲେ ଡ୍ରାଇଭର

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ ଆମ ବସ୍ ଭାଙ୍ଗିଛନ୍ତି ଆନ୍ଦୋଳନକାରୀ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଛି ପୋଲିସ। ଲାଠି ଚାର୍ଜରେ ଆନ୍ଦୋଳନକାରୀ ଓ ଟେକା ମାଡ଼ରେ ପୋଲିସ ଆହତ ହୋଇଛନ୍ତି।

ଏହି ଘଟଣାକୁ ଡିସିପି ଜଗମୋହନ ମୀନା କହିଛନ୍ତି, ଆନ୍ଦୋଳନ ବେଳେ ହିଂସାତ୍ମକ କାଣ୍ଡ ଘଟାଇଥିବା ଡ୍ରାଇଭରଙ୍କ ଗାଡ଼ି ସିଜ୍ ହେବ। FIR କରି ସେମାନଙ୍କୁ ଗିରଫ କରାଯିବ। ସେମାନଙ୍କ ଦାବି ଅଯଥାର୍ଥ। ଏଥିରେ ସରକାରଙ୍କ କିଛି କରିବାର ନାହିଁ।। ସେମାନେ ଘରୋଇ କଂପାନୀ ସହ ସଂପୃକ୍ତ, ଏଥିରେ ସରକାର କଣ କରିବେ। ଆନ୍ଦୋଳନ କରିବାକୁ କେବଳ ଦିନକ ପାଇଁ ଅନୁମତି ଥିଲା, ଆଜି ଜାଣିଶୁଣି ଅସୁବିଧା କରୁଛନ୍ତି। ଯେଉଁମାନେ ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଅଟକ ରଖାଯାଇଛି। ଥାନାରେ ଏତଲା କରି ଗିରଫ ସହ କୋର୍ଟ ଚାଲାଣ କରିବୁ ବୋଲି ଡିସିପି କହିଛନ୍ତି।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ