ସମ୍ପତ୍ତିରୁ ସନ୍ତାନଙ୍କୁ ବେଦଖଲ କରିପାରିବେ ମାତାପିତା

କଲକାତା: ନିଜ ଘରେ ସମ୍ମାନର ସହ ରହିବା ବୃଦ୍ଧ ମାତାପିତାଙ୍କ ଅଧିକାର। ପୁଅ କିମ୍ବା ବୋହୂ ଘରେ ରହିବା ଦ୍ବାରା ବୃଦ୍ଧ ମାତାପିତାଙ୍କ ଭରଣପୋଷଣ କିମ୍ବା ସୁରକ୍ଷାରେ ସମସ୍ୟା ସୃଷ୍ଟି ହେବା ଅନୁଚିତ। ଯଦି ଏପରି ହୁଏ ତେବେ, ମାତାପିତା ନିଜ ସମ୍ପତ୍ତିରୁ ସନ୍ତାନଙ୍କୁ ବେଦଖଲ କରିପାରିବେ। ଏ ନେଇ ଟ୍ରାଇବ୍ୟୁନାଲ ମଧ୍ୟ ନିର୍ଦେଶ ଦେଇପାରିବେ। ଏକ ପାରିବାରିକ ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ପଲଟାଇ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ବିଚାରପତି ପିଏସ ନରସିିମହା ଓ ବିଚାରପତି ଆଲୋକ ଅରାଧେଙ୍କ ଖଣ୍ଡପୀଠ କହିଥିଲେ ଯେ ବୟସ ବଢ଼ିବାର ଅର୍ଥ ଅପମାନ କିମ୍ବା ଅସୁରକ୍ଷିତ ମଣିବା ନୁହେଁ। ବୃଦ୍ଧବୃଦ୍ଧାଙ୍କୁ ମିଳୁଥିବା ମର୍ଯ୍ୟାଦା, ସମ୍ମାନ ଓ ସୁରକ୍ଷା ହିଁ ସଭ୍ୟ ସମାଜର ପରିଚୟ ପାଲଟି ଥାଏ। ସଂସ୍କୃତି, ଧର୍ମ ଓ ସଭ୍ୟତାରେ ବରିଷ୍ଠ ନାଗରିକମାନଙ୍କୁ କେବଳ ଯତ୍ନର ଆବଶ୍ୟକତା ଥିବା ନିର୍ଭରଶୀଳ ବ୍ୟକ୍ତି ଭାବେ ନୁହେଁ, ବରଂ ଜ୍ଞାନ, ଅଭିଜ୍ଞତା ଓ ସାମୂହିକ ସ୍ମୃତିର ଭଣ୍ଡାର ରୂପେ ବିବେଚନା କରାଯାଇଛି। ସେମାନଙ୍କ ମାର୍ଗଦର୍ଶନ ପରିବାର ଓ ସମାଜକୁ ସମୃଦ୍ଧ କରିଥାଏ। ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସମ୍ବିିଧାନ ଅଧିକାର ଦେଇଛି। ଲକ୍ଷ୍ନୌ ବିକାଶ ନଗରର ବାସିନ୍ଦା ରବି କାନ୍ତ ଗୁପ୍ତାଙ୍କ ସମ୍ବନ୍ଧିତ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଆବେଦନକାରୀ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିଥିଲେ। ଏଥିରେ ପୁଅ ଓ ବୋହୂଙ୍କୁ ଘରୁ ବାହାର କରିବା ନେଇ ଏସଡିଏମ ଓ ଜିଲା ମାଜିଷ୍ଟ୍ରେଟ ଦେଇଥିବା ନିର୍ଦେଶକୁ ଖାରଜ କରିଦିଆଯାଇଥିଲା।

ସୂଚନା ଅନୁଯାୟୀ, ମାଆଙ୍କୁ ଘରେ ରହିବାକୁ ପୁଅ ଦେଇ ନ ଥିଲେ। ଏଥିପାଇଁ ଘରେ ଅଶାନ୍ତି ସୃଷ୍ଟିି କରିଥିଲା। ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ରବିଙ୍କ ୮୧ ବର୍ଷୀୟ ମାଆଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ପଡ଼ିଥିଲା। ଏସଡିଏମ ଓ ଜିଲ୍ଲା ମାଜିଷ୍ଟ୍ରେଟ ପୁଅବୋହୂଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ପରେ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ‘ଅଭିଭାବକ ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ-୨୦୦୭’ରେ ପୁଅକୁ ବେଦଖଲ କରିବାର ନିୟମ ନ ଥିବା କହିଥିଲେ। ପରେ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚି ଥିଲା।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରାଇବ୍ୟୁନାଲ ବେଦଖଲ ନିର୍ଦେଶ ଦେଇପାରନ୍ତି। ତେବେ ସବୁ ବିବାଦରେ ପୁଅବୋହୂଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ। ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଭରଣପୋଷଣ ପାଇଁ ଜରୁରୀ ହେଲେ ଏପରି ପଦକ୍ଷେପ ନେଇ ହେବ। ଖଣ୍ଡପୀଠ କହିଥିଲେ ଯେ ୨୦୦୭ ଆଇନର ଧାରା ୭ ଅଧୀନରେ ଭରଣପୋଷଣ ଟ୍ରାଇବ୍ୟୁନାଲ ଗଠନ କରାଯାଇଛି। ଧାରା-୮ରେ କିଛି ମାମଲାରେ ଟ୍ରାଇବ୍ୟୁନାଲଙ୍କୁ ସିଭିଲ କୋର୍ଟ ଭଳି କ୍ଷମତା ପ୍ରଦାନ କରାଯାଇଛି। ସେହିପରି ଧାରା ୨୭ ସିଭିଲ କୋର୍ଟର ଅଧିକାରକୁ ସୀମିତ କରୁଛି। ଏଭଳି ସ୍ଥିତିରେ ଆଇନର ଉଦ୍ଦେଶ୍ୟ ପୂରଣ ପାଇଁ ଟ୍ରାଇବ୍ୟୁନାଲ ଜରୁରୀ ନିର୍ଦେଶ ଜାରି କରିପାରିବେ।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ