
କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ। ପନିରରେ ମିଶୁଥିଲା ମଇଦା ଆଉ ରସାୟନିକ ଦ୍ରବ୍ୟ ପାରସ। କିଲେ କି ଦୁଇ କିଲୋ ନୁହେଁ, ୭୦ କ୍ବିଣ୍ଟାଲ। କଟକ ମଧୁପାଟଣା ଛକରୁ ଏହି ପନିର ଓ ଛେନା ଜବତ ହୋଇଛି।
ଏହି ଅପମିଶ୍ରିତ ପନିର କଟକ ଜିଲ୍ଲା ନିଆଳି ଓ ଅଡ଼ସପୁରରୁ ଆସୁଥିଲା। ପନିରରେ ମଇଦା ଓ ପାରସ ନାମକ ରାସାୟନିକ ଦ୍ରବ୍ୟ ମିଶାଯାଇଥିଲା। ଏହି ସବୁ ଅପମିଶ୍ରିତ ପନିର ଓ ଛେନାକୁ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ପନିରର ମୂଲ୍ୟ ପାଖାପାଖି ୧୭ ଲକ୍ଷ ଟଙ୍କା ହେବ।




