ମାଷ୍ଟରକ୍ୟାଣ୍ଟିନ ହିଂସା: କ୍ଷମା ମାଗିଲେ ଅନଲାଇନ ଅଟୋ ସଂଘ ସଭାପତି

ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ। ଘଟଣା ଯୋଗୁଁ ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ଦୀନବନ୍ଧୁ କହିଛନ୍ତି,“ଭୁଲ୍ ଟା ଭୁଲ୍, ଭୁଲ୍‌କୁ ଆମେ ସ୍ୱୀକାର କରୁଛୁ।” ଏହାସହ ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣା ପଛରେ ରାଜନୈତିକ ହସ୍ତକ୍ଷେପ ଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ସେମାନେ ଗରିବ ଖଟିଖିଆ ଅଟୋ, ଟ୍ୟାକ୍ସି ଓ ବାଇକ୍ ଚାଳକ ବୋଲି ଦୀନବନ୍ଧୁ କହିଛନ୍ତି। ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନର ପନ୍ଥା ଆପଣାଇଥିବା ସେ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣା ପରେ ଦୀନବନ୍ଧୁ ନାୟକ ଫେରାର ଥିବା ଜଣାପଡ଼ିଛି। ଘଟଣାରେ ପୁଲିସ ମୋଟ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣକରିଥିବା ବେଳେ୩୫୪ଟି ଗାଡ଼ି ଜବତକରାଯାଇଛି। ଖାରବେଳନଗର ଥାନାରେ ଏନେଇ୭ଟି ଏଫ୍ଆଇଆର୍‌ ରୁଜୁ ହୋଇଛି। ଅନ୍ୟପଟେ ଟ୍ୟାକ୍ସି ଆସୋସିଏସନର ଘର ଉପରେ ବୁଲଡୋଜର ଚାଲିଥିବା ବେଳେ, ହିଂସା ଘଟଣାରେ ଅଭିଯୁକ୍ତ ଗାଡ଼ି ମାଲିକଙ୍କ ଗାଡ଼ିର ପରମିଟ୍ ଓ ଆର୍‌ସି କାହିଁକି ବାତିଲ ହେବ ନାହିଁ, ସେନେଇ ପରିବହନ ବିଭାଗ ପକ୍ଷରୁ ସୋ’ କଜ୍ ନୋଟିସ୍ ଜାରି କରାଯାଇଛି।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading
    ବିଜେବି କଲେଜ ସଭାପତି ପ୍ରାର୍ଥୀଙ୍କୁ ମାଡ, ଥାନାରେ ଏତଲା

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଭିତରେ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପିପିଲି ପଦା ପଡି଼ଆରେ ଭୋଜିଭାତ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ