ପ୍ରେମିକକୁ ପାଇବାକୁ ପରିବାରକୁ ନିଶା ଦେଇ ନାବାଳିକା ଯୁବତୀ ଫେରାର

ଯାଜପୁର : ପ୍ରେମ ଆଗରେ ପରିବାରର ଭଲ ପାଇବା ତୁଚ୍ଛ ପାଲଟିଲା । ପ୍ରେମିକକୁ ପାଇବାକୁ ବାପା ମା’ଙ୍କ ସ୍ନେହ ଭୁଲିଗଲା ନାବାଳିକା ଯୁବତୀ । ନିଶା ଦେଇ ଘରୁ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ।

ପ୍ରେମିକର ପ୍ରେମ ଜାଲରେ ଉବୁଟୁବୁ ହୋଇଗଲା ନାବାଳିକା ଯୁବତୀ । ଏଭଳି କି ବାପା ମା’ଙ୍କୁ ନିଶା ଔଷଧ ଦେବାକୁ ମଧ୍ୟ ପଛାଇଲା ନାହିଁ । ପ୍ରେମିକର ମିଠା କଥା ଆଗରେ ବାପା ମା’ଙ୍କ ଭଲ ପାଇବା ଫିକା ପଡ଼ିଲା । ନଠୁଆବର ଗାଁର ୧୩ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯାଇଛି । ଫଳରେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇପଡ଼ିଛନ୍ତି । ପରିବାର ଲୋକେ ବର୍ତ୍ତମାନ ଯାଜପୁର ଜିଲ୍ଲା ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଥିବା ବାପା ମା’ଙ୍କ ସମେତ ୫ଜଣ ପରିବାର ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଛି ।

  • Garvita Odia

    Related Posts

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଜବାଟି ରୋଡ୍‌ ସ୍ଥିତ ଲୋକାପଡ଼ା ଗାଁରେ ଏକ ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ।ମୃତ ଯୁବତୀଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ। ସେ କିଛିଦିନ ହେବ ଏଠାରେ ରହି ଆଳିରେ…

    ବନ୍ଧା ହେଲେ ରସିକିଆ ଅଧ୍ୟାପକ

    ସମ୍ୱଲପୁର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ଗତ ୧୨ ତାରିଖ ଠାରୁ ରାଜ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧