ganjei seized ଗଞ୍ଜେଇ ଜବତ, ଜଣେ ଅଟକ

ଦେବଗଡ଼:ଦେବଗଡ ଥାନା ପୁଲିସ ଗଜୁରିବଣି ଛକ ନିକଟରୁ ଆଜି କାର ସହ ଗଞ୍ଜେଇ ଜବତ କରିଛି। ପୁଲିସ ଉକ୍ତ ଘଟଣାରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଥାନାର ଗୋଗୁଆ ଗ୍ରାମର ସୁରେଶ ସାମଲକୁ ଅଟକ ରଖିଥିବାବେଳେ ତାଙ୍କର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଦେବଗଡ ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ହେଉଥିବା‌ ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇଥିଲେ। ତେବେ ପୁଲିସ ଗଜୁରିବଣି ଛକ ନିକଟରେ ବସାଲଇ ପଟୁ ଅାସୁଥିବା ୱାଗନର କାର( ଡବ୍ଲୁବି ୨୬ଏସ୫୨୮୨)କୁ ଅଟକାଇ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ଗାଡ଼ିର ସ୍ୱତନ୍ତ୍ର ଚାମ୍ବରରୁ ୧୫ଟି ପ୍ୟାକେଟ୍‌ରେ ମୋଟ ୧୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୁଲିସ। ଏହାସହିତ ପୁଲିସ ମ‌ୋବାଇଲ ଫୋନ, ଟଙ୍କା ଏବଂ ବିଭିନ୍ନ ସାମଗ୍ରର ଜବତ କରିଛି। ସୂଚନାପାଇ ଦେବଗଡ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ କରିଥିଲେ।

  • Related Posts

    heavy rain in odisha ଅତି ପ୍ରବଳ ବର୍ଷା : ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ବନ୍ୟା, ଯାତାୟାତ ବାଧା, ଭୂସ୍ଖଳନ…

    Continue reading
    cm mohan majhi grivance ଆଜି ମୁଖ୍ୟମନ୍ତ୍ରୀଙ୍କ ୨୦ତମ ଅଭିଯୋଗ ଶୁଣାଣି

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଅନଲାଇନରେ ପଞ୍ଜୀକରଣ କରିଥିବା ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ