Resettlement and Rehabilitation Policy ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬ର ଦଶମ ଦ୍ୱିବାର୍ଷିକ ସଂଶୋଧନ, ସହାୟତା ବୃଦ୍ଧି କଲେ ସରକାର

ଭୁବନେଶ୍ବର: ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ଧାରା ୧୩ ଅନୁଯାୟୀ ରାଜ୍ୟ ସରକାର ପୁନର୍ବାସ ଅନୁଦାନର ବିଭିନ୍ନ ଆର୍ଥିକ ହାରରେ ୧୦ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି । ଏହି ସଂଶୋଧିତ ହାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ସଂଶୋଧିତ ହାର ଅନୁଯାୟୀ, ସ୍ୱ-ପୁନର୍ବସତି (ପୁନର୍ବସତି କଲୋନୀ ବାହାରେ) ପାଇଁ ସହାୟତା ୧ ଲକ୍ଷ ୧୩ ହଜାର ୧୨୮ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୧୬ ହଜାର ୫୫୦ ଟଙ୍କା କରାଯାଇଛି । ସେହିପରି ଘର ନିର୍ମାଣ ସହାୟତା ୩ ଲକ୍ଷ ୩୯ ହଜାର ୩୮୩ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୯ ହଜାର ୬୫୦ ଟଙ୍କା ହୋଇଛି ।
ଶିଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତାରେ ମଧ୍ୟ ସଂଶୋଧନ କରାଯାଇଛି । ବର୍ଗ-୧ ପାଇଁ ଏହି ସହାୟତା ୧୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ବର୍ଗ-୨ ପାଇଁ ୬ ଲକ୍ଷ ୯୯ ହଜାର ୩୦୦ ଟଙ୍କା, ବର୍ଗ-୩ ପାଇଁ ୪ ଲକ୍ଷ ୬୬ ହଜାର ୨୦୦ ଟଙ୍କା ଏବଂ ବର୍ଗ-୪ ଓ ୫ ପାଇଁ ୨ ଲକ୍ଷ ୩୩ ହଜାର ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତା ମଧ୍ୟ ଏହି ସମାନ ହାରରେ ସଂଶୋଧିତ ହୋଇଛି । ବର୍ଗ-୧ ପାଇଁ ୧୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ବର୍ଗ-୨ ପାଇଁ ୬ ଲକ୍ଷ ୯୯ ହଜାର ୩୦୦ ଟଙ୍କା, ବର୍ଗ-୩ ପାଇଁ ୪ ଲକ୍ଷ ୬୬ ହଜାର ୨୦୦ ଟଙ୍କା ଏବଂ ବର୍ଗ-୪, ୫ ଓ ୬ ପାଇଁ ୨ ଲକ୍ଷ ୩୩ ହଜାର ୧୦୦ ଟଙ୍କା ସ୍ଥିରୀକୃତ ହୋଇଛି ।

କୃଷି ଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୨ ଲକ୍ଷ ୨୬ ହଜାର ୨୫୫ ଟଙ୍କାରୁ ବୃଦ୍ଧି ପାଇ ୨ ଲକ୍ଷ ୩୩ ହଜାର ୧୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୧ ଲକ୍ଷ ୧୩ ହଜାର ୧୨୮ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୧୬ ହଜାର ୫୫୦ ଟଙ୍କା କରାଯାଇଛି । ଏହା ବ୍ୟତୀତ, ରକ୍ଷଣାବେକ୍ଷଣ ଭତ୍ତା ମାସିକ ୪ ହଜାର ୫୨୫ ଟଙ୍କାରୁ ବୃଦ୍ଧି ପାଇ ୪ ହଜାର ୬୬୨ ଟଙ୍କା, ଅସ୍ଥାୟୀ ଶେଡ ପାଇଁ ସହାୟତା ୨୨ ହଜାର ୬୨୬ ଟଙ୍କାରୁ ବୃଦ୍ଧି ପାଇ ୨୩ ହଜାର ୩୧୦ ଟଙ୍କା ଏବଂ ପରିବହନ ଭତ୍ତା ୪ ହଜାର ୫୨୫ ଟଙ୍କାରୁ ବୃଦ୍ଧି ପାଇ ୪ ହଜାର ୬୬୨ ଟଙ୍କା କରାଯାଇଛି ।

ସଂଶୋଧିତ ହାର ଗୁଡ଼ିକ ୧ ଏପ୍ରିଲ ୨୦୨୬ରୁ ଲାଗୁ ହୋଇ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସଂଶୋଧନ ପାଇଁ ଅର୍ଥ ବିଭାଗର ସହମତି ମିଳିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସଂଶୋଧିତ ଅନୁଦାନ ହାର ସମ୍ପର୍କରେ ସମ୍ପୃକ୍ତ ସମସ୍ତ ବିଭାଗ, ରାଜସ୍ୱ ଡିଭିଜନାଲ କମିଶନର, ଜିଲ୍ଲାପାଳ, ରାଜସ୍ୱ କର୍ତ୍ତୃପକ୍ଷ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କୁ ଅବଗତ କରାଯାଇଛି ।

  • Related Posts

    husband and wife dead ସନ୍ତାନ ପାଇଁ ଗୁଣିଆ ଠାରୁ ଔଷଧ ଖାଇବା ହେଲା କାଳ, ଦମ୍ପତି ମୃତ

    ଫିରିଙ୍ଗିଆ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତାନ ପାଇଁ ଜଣେ ଗୁଣିଆ ପାଖରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସୋମବାର ରାତିରେ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି…

    Continue reading
    ADC of governor ଅନୁଗୁ ଶିବା ମାରୁତି ରେଡ୍ଡୀ ରାଜ୍ୟପାଳଙ୍କ ଏଡିସି

    ଭୁବନେଶ୍ୱର: ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି। ଲୋକ ଭବନରେ ଏକ ଔପଚାରିକ ସମାରୋହରେ ଶ୍ରୀ ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ରାଜ୍ୟପାଳ ସ୍ୱାଗତ କରିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ