ADC of governor ଅନୁଗୁ ଶିବା ମାରୁତି ରେଡ୍ଡୀ ରାଜ୍ୟପାଳଙ୍କ ଏଡିସି

ଭୁବନେଶ୍ୱର: ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି। ଲୋକ ଭବନରେ ଏକ ଔପଚାରିକ ସମାରୋହରେ ଶ୍ରୀ ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ରାଜ୍ୟପାଳ ସ୍ୱାଗତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ନୂତନ ପଦବୀ ଗ୍ରହଣ କରିବା ପୂର୍ବରୁ ଶ୍ରୀ ରେଡ୍ଡୀ ଜି. ଉଦୟଗିରିର ସବ୍-ଡିଭିଜନାଲ୍ ପୋଲିସ୍ ଅଫିସର୍ (ଏସଡିପିଓ) ଭାବେ କାର୍ଯ୍ୟରତ ଥିଲେ। ପୂର୍ବରୁ ରାଜ୍ୟପାଳଙ୍କ ପୋଲିସ ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ଥୀଙ୍କ ସ୍ଥାନରେ ଶ୍ରୀ ରେଡ୍ଡୀ ଯୋଗ ଦେଇଛନ୍ତି।

ଓଡ଼ିଶା ରାଜ୍ୟପାଳଙ୍କୁ ଦୁଇ ଜଣ ଏଡିସି ସହାୟତା କରିଥାନ୍ତି I ଜଣେ ଭାରତୀୟ ନୌସେନାରୁ ଓ ଅନ୍ୟ ଜଣେ ଓଡ଼ିଶା ପୋଲିସରୁ। ବର୍ତ୍ତମାନ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନୌସେନା ଏଡିସି ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ରେଡ୍ଡୀ ପୋଲିସ୍ ଏଡିସି ଭାବେ ଯୋଗ ଦେଇଛନ୍ତି। ଏଡିସି ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ, ଆନୁଷ୍ଠାନିକ ଉତ୍ସବ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ୍ ସମ୍ପର୍କୀୟ ଦାୟିତ୍ୱରେ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।

  • Related Posts

    husband and wife dead ସନ୍ତାନ ପାଇଁ ଗୁଣିଆ ଠାରୁ ଔଷଧ ଖାଇବା ହେଲା କାଳ, ଦମ୍ପତି ମୃତ

    ଫିରିଙ୍ଗିଆ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତାନ ପାଇଁ ଜଣେ ଗୁଣିଆ ପାଖରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସୋମବାର ରାତିରେ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି…

    Continue reading
    ୩୦ରେ ଲଘୁଚାପ, ପୁଣି ଫୁଲିବ ମହାନଦୀ

    ଭୁବନେଶ୍ୱର,: ଆସନ୍ତା ୨୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ । ୨୮ ତାରିଖ ବେଳକୁ ବର୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ