୩ରୁ ମାଲକାନଗିରି-ଭୁବନେଶ୍ୱର ବିମାନ ସେବା

ମାଲକାନଗିରି: ମାଲକାନଗିରି ଜିଲାବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଏବେ ଦ୍ରୁତ ଯୋଗାଯୋଗର ନୂଆ ଯୁଗକୁ ପ୍ରବେଶ କରିବାକୁ ଯାଉଛି। ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରି-ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ନେଇ ସୂଚନା ମିଳିଛି। ଯାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ଶଯ୍ୟା ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ଟିକଟ୍ ବୁକିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଅତି କମ୍ ସମୟରେ
ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିପାରିବେ। ରୋଗୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସରକାରୀ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିଶେଷ ସହାୟକ ହେବ। ଅନ୍ୟପକ୍ଷରେ, ଏହି ସେବା ମାଲକାନଗିରିର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ନେଇ ଆଶା ବଢ଼ିଛି। ଚିତ୍ରକୋଣ୍ଡା ଜଳଭଣ୍ଡାର, ବାଲିମେଳା ଓ ଜିଲାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଅଧିକ ସହଜରେ ଉପଲବ୍ଧ ହେବ। ସ୍ଥାନୀୟ ବ୍ୟବସାୟ, ହୋଟେଲ ଓ ପରିବହନ କ୍ଷେତ୍ରରେ ରୋଜଗାର ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ଏହି ପଦକ୍ଷେପ ମାଲକାନଗିରି ବିକାଶ ଯାତ୍ରାର ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ଆକାଶ ପଥ ସହ ଜିଲାର ସଂଯୋଗ କେବଳ ଯାତାୟାତର ସୁବିଧା ନୁହେଁ, ବରଂ ଉନ୍ନତି ଓ ସମୃଦ୍ଧିର ନୂଆ ଦ୍ୱାର ଖୋଲିବାର ସଙ୍କେତ ବୋଲି ଆଲୋଚନା ହେଉଛି।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ