utkal university campus ପୁଣି ଅଶାନ୍ତ ହୋଇଛି ବାଣୀବିହାର କ୍ୟାମ୍ପସ

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ବାଣୀବିହାର କ୍ୟାମ୍ପସ । ହଷ୍ଟେଲକୁ ନେଇ ବିବାଦ ଗତକାଲି (ବୁଧବାର) ଉଗ୍ର ରୂପ ନେଇଥିବା ଜଣାପଡିଛି । ଅଣଛାତ୍ର ଓ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଅନେକ ଛାତ୍ର ରାତିରେ ଶହୀଦନଗର ଥାନା ଦ୍ୱାରସ୍ଥ ହୋଇଛନ୍ତି ।ବାଣୀବିହାର କ୍ୟାମ୍ପସ ମଧ୍ୟରେ ବୁଧବାର ସନ୍ଧ୍ୟାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏକ ଛାତ୍ର ଗୋଷ୍ଠୀ ଓ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ହଷ୍ଟେଲକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏନେଇ ଶହୀଦନଗର ଥାନାରେ ଏତଲା ଦିଆଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଚନ୍ଦନ ମହାପାତ୍ର ନାମକ ଜଣେ ଛାତ୍ର କହିଛନ୍ତି, “ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ ରାଜନୈତିକ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ଗୁଣ୍ଡାରାଜ ଚଳାଇଥିବା । ଗତ ୨ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଲଟେରୀ ମାଧ୍ୟମରେ ହଷ୍ଟେଲ ବଣ୍ଟନ କରାଯାଇଥିଲା । ଉକ୍ତ ସଙ୍ଗଠନର କିଛି ପିଲା ଏହି ହଷ୍ଟେଲକୁ ବିଗତ ଦିନରେ ବିକ୍ରି କରୁଥିଲେ । କିଛି ଅଣଛାତ୍ର ମଙ୍ଗଳବାର ବିଳମ୍ବିତ ରାତିରେ ୧ ନମ୍ବର ହଷ୍ଟେଲକୁ ଆସି କବାଟ ବାଡେଇବା ସହିତ ହଷ୍ଟେଲ ଛାଡିବାକୁ ଛାତ୍ରମାନଙ୍କୁ ଧମକ ଦେଇଥିଲେ । ପରେ ଆମେ ବୁଧବାର ସନ୍ଧ୍ୟା ସମୟରେ ୭ ନମ୍ବର ହଷ୍ଟେଲ ଆଗରେ ଥିବା ସମୟରେ ସେମାନେ ଏକ ସ୍କର୍ପିଓରେ ଆସି ଆତଙ୍କ ରଚିଥିଲେ । ସେମାନେ ଏଲଏଲେମ ୨ୟ ବର୍ଷର ଛାତ୍ର ବଦ୍ରୀ ମୋହନ ରାଉତଙ୍କୁ ଧମକ ଦେଇଥିଲେ । ଏହାପରେ ଆଉ ଏକ ଗାଡିରେ ଅନ୍ୟ ଅଣଛାତ୍ରମାନେ ଆସି ଆମକୁ ମାଡ଼ ମାରିଥିଲେ ।”
ଅନ୍ୟପଟେ ଅଣଛାତ୍ରମାନେ ଜଣେ ଜନଜାତି ଛାତ୍ର ଲକ୍ଷ୍ମଣ ମୁଣ୍ଡାଙ୍କୁ ମାଡ଼ ମାରି ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି । ଲକ୍ଷ୍ମଣଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ସମୟରେ ୩୦ରୁ ଉର୍ଦ୍ଧ୍ବ ଅଣଛାତ୍ର କ୍ୟାମ୍ପସ ମଧ୍ୟକୁ ପଶି ଆସିଥିଲେ । ସେମାନେ ତାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଲକ୍ଷ୍ମଣଙ୍କ କିଛି ସାଙ୍ଗ ପହଞ୍ଚିବା ପରେ ସେମାନେ ତାଙ୍କୁ ଛାଡିଦେଇଥିବା ସେ କହିଛନ୍ତି ।
ଅନ୍ୟପଟେ ଆକ୍ରମଣକାରୀମାନେ ତାଙ୍କୁ ମାଡ଼ମାରି ହଷ୍ଟେଲ ତଥା କଲେଜ ଛାଡି ଦେବା ଧମକ ଦେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଏହି ଘଟଣା ନେଇ ଅଧିକାରୀସ୍ତରୀୟ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ ।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ