
ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି। ପ୍ରଥମେ ବିଶାଖାପାଟଣା ଏବଂ ପରେ ପାରାଦୀପ ଅଣାଯିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।
ତେବେ ଏନେଇ ତଟ ସୁରକ୍ଷା ବାହିନୀ କିମ୍ବା ସରକାରୀ ସ୍ତରରେ ସ୍ପଷ୍ଟ ସୂଚନା ଏଯାଏଁ ଆସିନାହିଁ। ସେପଟେ ଗଭୀର ସମୁଦ୍ରରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ୨ ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ୨୨ ଜଣ କ୍ରୁ ସଦସ୍ୟଙ୍କର ମିଳୁନି ପତ୍ତା। ତେବେ ଉଦ୍ଧାର ଦୁଇ ଜଣଙ୍କଠୁ ଜାହାଜ ବୁଡ଼ି ସମୟର ପୂରା ଘଟଣା ସଂଗ୍ରହ କରିବା ସହିତ ଘଟଣା ଦିନ ବାବଦରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।




