cm mohan charan majhi ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ନିବେଶକଙ୍କୁ ଭେଟିବେ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିପ୍ଳବକୁ ଗତିଶୀଳ କରିବା ଓ ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ବିଶ୍ୱସ୍ତରୀୟ ବ୍ୟବସାୟିକ କେନ୍ଦ୍ର ଦୁବାଇ ଉପରେ ନଜର ପକାଇଛନ୍ତି। ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଯୋଗଦେବେ। ସେପ୍ଟେମ୍ବର ୮-୯ତରିଖରେ ଏହି ଇନଭେଷ୍ଟର୍ସ ମିଟ୍ ସମେତ ୧୧ତାରିଖରେ ପ୍ରବାସୀ ଓଡ଼ିଆମାନଙ୍କ ସହ ଭାବ ବିନିମୟ କରିବେ ବୋଲି ଜଣାପଡ଼ିଛି।ଓଡ଼ିଶାରେ ଶିଳ୍ପ ଅନୁକୂଳ ପରିବେଶ ଓ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଦୁବାଇ ଗସ୍ତରେ ସାମିଲ ହେବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ସେପ୍ଟେମ୍ବର ୭ତାରିଖରେ ଦୁବାଇ ଅଭିମୁଖେ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ ମଧ୍ୟ ଦୁବାଇ ଗସ୍ତରେ ଯିବେ। ଏହି ସମ୍ମିଳନୀରେ ବିଶେଷକରି ଧାତୁ ଓ ଡାଉନଷ୍ଟ୍ରିମ୍ ଉତ୍ପାଦନ, ପେଟ୍ରୋକେମିକାଲ, ସବୁଜ ଶକ୍ତି ଓ ଗ୍ରୀନ୍ ହାଇଡ୍ରୋଜେନ,ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ପ୍ରସ୍ତୁତି, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ ଭଳି ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଉପସାଗରୀୟ ରାଷ୍ଟ୍ରର ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା ହେବ।ଏହି ଇନଭେଷ୍ଟର୍ସ ମିଟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଭାବ ବିନିମୟ କରିବେ। ୧୧ତାରିଖ ସନ୍ଧ୍ୟାରେ ଦୁବାଇର ବିଜିନେସ୍ ବେ’ସ୍ଥିତ ପ୍ରସିଦ୍ଧ ଅନନ୍ତରା ଡାଉନଟାଉନ୍ ହୋଟେଲରେ ପ୍ରବାସୀ ଓଡ଼ିଆଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିପାଇଁ ହୋଟେଲରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଓ ରାତ୍ରିଭୋଜନର ମଧ୍ୟ ବ୍ୟବସ୍ଥା ହୋଇଛି । ଏହି କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ଇଚ୍ଛୁକ ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ସ୍ୱତନ୍ତ୍ର ପଞ୍ଜିକରଣ ଅଭିଯାନ ଆରମ୍ଭ ହୋଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବରୁ ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ଭଦୋଦରା, ନୂଆଦିଲ୍ଲୀ ସମେତ ସିଙ୍ଗାପୁରରେ ମଧ୍ୟ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ୍ ଶୋ’ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୭ରୁ ୧୨ତାରିଖ ପର୍ୟ୍ୟନ୍ତ ଦୁବାଇ ଗସ୍ତରେ ରହିପାରନ୍ତି ବୋଲି ସୂଚନା ମିଳିଛି।

  • Related Posts

    ୭ ଦିନ ବଢ଼ିଲା ଧାନ ପଞ୍ଜିକରଣ ଅବଧି

    ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଆହୁରି ସପ୍ତାହେ ବଢ଼ିଲା ଧାନ ପଞ୍ଜିକରଣ ଅବଧି। ଆଗଷ୍ଟ ୩୧ରେ ସରୁଥିବା ପଞ୍ଜିକରଣ ଅବଧି କୁ ୭ ଦିନ ଘୁଞ୍ଚାଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

    Continue reading
    ମନ୍‌ କି ବାତ୍‌ରେ ଓଡ଼ିଶାର ମୈଥିଲି ଭୁଏ

    ଭୁବନେଶ୍ୱର: ୧୩୭ ତମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେବ୍ରିଗଡ଼ରେ କେନ୍ଦୁପତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ