
ଭଦ୍ରକ: ଭଦ୍ରକ ପୁଲିସକୁ ଗିରଫ କଲା ପୁଲିସ। ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ବାରମ୍ବାର ସମାଧାନ କରାଯିବାକୁ ଚେଷ୍ଟା ହୋଇଥିବା ବେଳେ ବାରମ୍ବାର ପତ୍ନୀଙ୍କୁ କରୁଥିଲେ ଅତ୍ୟାଚାର। ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ରହିଛି।
ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଅଭିଯୋଗରେ ଟାଉନ ଥାନା ସବ ଇନସ୍ପେକ୍ଟର ଗଣନାଥ ସେଠୀ ଟାଉନ ଥାନା ପୁଲିସ ଦ୍ୱାରା ଗିରଫ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।




