ips dead କର୍କଟ ଯୁଦ୍ଧରେ ହାରିଗଲେ IPS ଶେଫିନ୍ ଅହମ୍ମଦ

ଭୁବନେଶ୍ବର: କର୍କଟ ଯୁଦ୍ଧରେ ହାରିଗଲେ ୨୦୦୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ । କେରଳମ୍‌ର ଥିରୁଅନନ୍ତପୁରମ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ଶେଫିନ୍ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।
ଶେଫିନ୍ ଅହମ୍ମଦ କେରଳମର ମୂଳ ବାସିନ୍ଦା ଥିଲେ । ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ସେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । ସେ କ୍ରାଇମବ୍ରାଞ୍ଚର ଆଇଜି ଭାବେ ୨୦୨୩ ଜୁଲାଇରୁ କାର୍ଯ୍ୟରତ ଥିଲେ । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, ଆସନ୍ତାକାଲି(ମଙ୍ଗଳବାର) ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ଜନ୍ମସ୍ଥାନ କୋଲ୍ଲମର ଓଚିରାକୁ ନିଆଯିବ ।ଶେଫିନଙ୍କ ବାପା ହବିବ୍‌ ଜଣେ CITU ନେତା ଥିଲେ । କ୍ୟାରିୟରରେ ଶେଫିନ୍ କେରଳମରେ ମଧ୍ୟ ଇଣ୍ଟର-କ୍ୟାଡର ଡେପୁଟେସନ୍‌ରେ ଦୀର୍ଘବର୍ଷ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଥିରୁଅନନ୍ତପୁରମ୍ ରୁରାଲ୍‌ର ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶା ପୋଲିସରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। ବିଶେଷକରି ସାଇବର କ୍ରାଇମ୍ ଏବଂ CID କ୍ରାଇମବ୍ରାଞ୍ଚରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ସେ ବିଭିନ୍ନ ସମ୍ମାନ ଓ ପଦକ ପାଇଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ