ଜେଲରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର:ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ ଆଜକୁ ୧୦ ମାସ ହେବ ଜେଲରେ ଥିଲେ । ଗତକାଲି ହାଇକୋର୍ଟ ଜାମିନ ମଞ୍ଜୁର କରିବା ପରେ ଆଜି ସେ ମୁକୁଳି ଥିଲେ। ତାଙ୍କୁ ସ୍ୱାଗତ କରିବାକୁ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ,ପ୍ରତାପ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, କୈଳାସ ରଣା, ସରୋଜ ସାବତ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମହାନଗର ନିଗମର ସମସ୍ତ ବିଜେଡି କର୍ପୋରେଟର୍ , ଛାତ୍ର, ଯୁବ, ମହିଳା ବିଜେଡି ନେତା ଓ କର୍ମୀ ଜେଲ୍ ସମ୍ମୁଖରେ ଉପସ୍ଥିତ ଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବିକ୍ରମଙ୍କୁ ଗଜପତି ନଗର ସ୍ଥିତ ତାଙ୍କ ବାସଭବନକୁ ନିଆ ଯାଇଥିଲା ।

  • Related Posts

    ପିୟୁସିସି ଜରିମାନା ରାଶି ହ୍ରାସ

    ଭୁବନେଶ୍ଵର : ଗାଡି ମାଲିକ ଓ ଚାଳକଙ୍କୁ ବଡ଼ ଆଶ୍ଵସ୍ତି । ପିୟୁସିସି ଜରିମାନା ରାଶି ହ୍ରାସ କଲେ ରାଜ୍ୟ ସରକାର । ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ୧୦,୦୦୦ ଜରିମାନା ରାଶିକୁ ଏବେ ହ୍ରାସ…

    Continue reading
    ଆଜି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

    ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୭.୦୦ଟା (ପାଖାପାଖି ୪.୩୦) ପର୍ଯ୍ୟନ୍ତ ସର୍ବସାଧାରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ