ରାଜ୍ୟସ୍ତରୀୟ କୁଡୋ ପ୍ରତିଯୋଗିତାରେ ଦେବଗଡ ଜିଲ୍ଲା ପ୍ରତିଯୋଗୀଙ୍କ ସଫଳତା

ଦେବଗଡ଼:କଟକର ସରସ୍ବତୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅ‌ଡିଟୋରିୟମରେ ଅନୁ‌ଷ୍ଠିତ ହୋଇଥିବା ୭ତମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ ଜିଲ୍ଲାର ୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧ଟି ରୌପ୍ୟ ଓ ୧ଟି ‌ବ୍ରୋଞ୍ଜ ପଦକ ପ୍ରତିଯୋଗୀମାନେ ହାସଲ କରିଛନ୍ତି।ଜିଲ୍ଲାର ଆମୀରା ସାଇନି ବାର୍ଲା,ଅଭ୍ୟ‌ା ଆଭିଗ୍ନା ସାହୁ, ଅନମୁଲ ନାୟକ, ସ୍ମାଇଲ ମୁଣ୍ଡା, ସନୁ ରାଏ, ଖୁସି ମୁଣ୍ଡା, ଅସରିତ ସାହୁ, ସିଦ୍ଧିକ୍ସା ଜେନା ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ତନ୍ମୟ ବିଶ୍ବାଳ ରୌପ୍ୟ ପଦକ ଏବଂ ଅକଶିତା ଜେନା ବ୍ରୋଞ୍ଜ ପଦକ ପାଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି।ଏଥିସହିତ ଆଗାମୀ ଜାତୀୟସ୍ତର ପ୍ରତିଯୋଗିତା ଓ ‌ଫେଡେରେସନ କପରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ଚୟନ କରାଯାଇଛି।ଦେବଗଡ ଜିଲ୍ଲା କୁଡୋ ଏକାଡେମୀର ସଭାପତି ଅମରେଶ ଚନ୍ଦ୍ର ସ୍ବାଇଁ,ସଂପାଦକ ସୁମନ ସାହୁ,ଉପଦେଷ୍ଟା କ୍ଷମାନିଧି ସାହୁ,ପ୍ରଶିକ୍ଷକ ଅନୀଲ ବାର୍ଲାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ କୃତି ପ୍ରତିଯୋଗୀମାନଙ୍କୁ ଶୁଭେଛା ଜଣାଇଛନ୍ତି।

  • Related Posts

    ପିୟୁସିସି ଜରିମାନା ରାଶି ହ୍ରାସ

    ଭୁବନେଶ୍ଵର : ଗାଡି ମାଲିକ ଓ ଚାଳକଙ୍କୁ ବଡ଼ ଆଶ୍ଵସ୍ତି । ପିୟୁସିସି ଜରିମାନା ରାଶି ହ୍ରାସ କଲେ ରାଜ୍ୟ ସରକାର । ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ୧୦,୦୦୦ ଜରିମାନା ରାଶିକୁ ଏବେ ହ୍ରାସ…

    Continue reading
    ଆଜି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

    ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୭.୦୦ଟା (ପାଖାପାଖି ୪.୩୦) ପର୍ଯ୍ୟନ୍ତ ସର୍ବସାଧାରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ