
ଯାଜପୁରରେ ବନ୍ୟା ପାଇଁ ସ୍କୁଲ୍ ଛୁଟି । ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ମୋଟ ୭୧ଟି ସ୍କୁଲ୍ ପାଇଁ ଏହି ଛୁଟି ଘୋଷଣା ହୋଇଛି।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ନିଆଯାଇଛି।



