ଦୁଷ୍କର୍ମ ମାମଲା ‌; ଅଭିଯୁକ୍ତ କର୍ମଚାରୀ ବହିଷ୍କୃତ, ପେନ୍‌ସନ ବନ୍ଦ

ରାଉରକେଲା : ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କରାଇଦେବାର ପ୍ରତିଶ୍ରୁତି ଦେଇ ନୂଆପଡ଼ା ଜିଲାର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ରେଳ କର୍ମଚାରୀ କପିଳେଶ୍ବର ସିଂ(୫୪)ଙ୍କୁ ରେଳବାଇ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି। ଭାଲ୍‌ଭ-ମ୍ୟାନ୍‌ କପିଳେଶ୍ବରକୁ ଚାକିରିରୁ ବରଖାସ୍ତ କରାଯାଇଛି ଓ ତାଙ୍କୁ େପନସନ୍‌ ନ ମିଳିବାର ବ୍ୟବସ୍ଥା କରାଯାଉଛି ବୋଲି ଚକ୍ରଧରପୁର ରେଳ ମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ କପିଳେଶ୍ବରଙ୍କ ବିରୋଧରେ ରାଉରକେଲା ରେଳବାଇ ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୨) ଆଧାରରେ ମାମଲା ସଂଖ୍ୟା ୧୨୬/୨୦୨୬ ରୁଜୁ ହୋଇଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା କରାଯିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସେହିପରି, ଯୁବତୀଙ୍କ ଡାକ୍ତରୀମାଇନା କରାଯିବା ପରେ ତାଙ୍କୁ ୱାନ୍‌-ଷ୍ଟପ୍‌ ସେଣ୍ଟର୍‌ରେ ରଖାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଅବ୍ୟାହତ ଅଛି ବୋଲି ଜିଆରପି ସବ୍‌-ଇନ୍ସପେକ୍ଟର୍‌ କୈଳାସ ମୁଣ୍ଡା ସୂଚନା ଦେଇଛନ୍ତି। ଆସନ୍ତାକାଲି ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।
ଅପରପକ୍ଷେ, ରେଳ​‌େ​‌ଷ୍ଟସନ୍‌ ପରିସରରେ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସ ମୁତୟନ ଥାଉଥାଉ ଦିନ ଆଲୁଅରେ ଘଟିଥିବା ଏହି ଆପରାଧିକ ଘଟଣା ରାଉରକେଲା ରେଳ ଷ୍ଟେସନ୍‌ରେ ମହିଳା ଯାତ୍ରୀଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି।
ସୂଚନାଯୋଗ୍ୟ, ଦୁଇ ଭାଇଙ୍କ ସହ ଯୁବତୀଜଣଙ୍କ ବୁଧବାର ଦିନ ଟିଟିଲାଗଡ଼ ଷ୍ଟେସନରୁ ଭୁଲ ଟ୍ରେନ୍‌ରେ ହାଟିଆ ପଳାଇଥିଲେ। ଏ ସଂପର୍କରେ ଜାଣିବା ପରେ ସେମାନେ ଅନ୍ୟ ଏକ ଟ୍ରେନରେ ପୁଣି ରାଉରକେଲାକୁ ଫେରି ଆସିଥିଲେ। ସକାଳ ପ୍ରାୟ ୯ଟାରେ ଏଠାରେ ଓହ୍ଲାଇ ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କାଟିବା ପାଇଁ ଚେଷ୍ଟା କରୁଥିଲେ। ସେହି ସମୟରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ