
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଦଡିଙ୍ଗିଆସ୍ଥିତ ଓଁ ଶ୍ରୀନାରାୟଣ ମଠ କମିଟି ପକ୍ଷରୁ ୪୩ତମ ବାର୍ଷିକ ନନ୍ଦୋତ୍ସବ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ମିଥୁନ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଏକଲ ଅଭିଯାନର ଜିଲ୍ଲା ପ୍ରଚାରକ ଯାକ୍ରସ ପ୍ରଧାନ, ଏକଳ ଅଭିଯାନର ରାଇକିଆ ବ୍ଲକ ସଭାପତି ନାରାୟଣ ପ୍ରସାଦ ମହାନ୍ତି, ଦଡିଙ୍ଗିଆ ସମିତିସଭ୍ୟ ପ୍ରଦୀପ ପ୍ରଧାନ, କୁମୁଦ ଚନ୍ଦ୍ର ପ୍ରଧାନ, ବିଶ୍ୱେସେନ ପ୍ରଧାନ ଓ ସରପଞ୍ଚ ଅଶୋକ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଓ ପୁଣ୍ୟତିଥି ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିସହ ତାଙ୍କର ସମାଜ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।
ଏହି ଅବସରରେ ବାଲିଗୁଡ଼ାରୁ ଆସିଥିବା ରାଧାଦାମୋଦର ଗୌଡ଼ୀୟ ବୈଷ୍ଣବ କୃଷ୍ଣଙ୍କ କଥାବାଚକଙ୍କ ପକ୍ଷରୁ ଶ୍ରୀକୃଷ୍ଣଙ୍କ ମାହାତ୍ମ୍ୟ ଉପରେ ପ୍ରବଚନ ଦିଆଯାଇଥିଲା। ପରେ ଭଜନ ସନ୍ଧ୍ୟାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭଜନରେ ମଜ୍ଜି ଯାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଧୂରେନ୍ଦ୍ର ପ୍ରଧାନ, ମୁକୁନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲିକ, ହରିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମୁନିବ ମଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








