ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ଟଙ୍କା ଅଧିକ ଦେବ ଓମ୍‌ଫେଡ୍‌

ଭୁବନେଶ୍ବର : ସେପ୍ଟେମ୍ବର ୧୧ରୁ ଓମ୍‌ଫେଡ୍‌ ପ୍ରାଥମିକ ସମବାୟ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ଷୀର ଲିଟର ପିଛା ୨ ଟଙ୍କା ବର୍ଦ୍ଧିତ ଦରରେ କିଣିବ ଓମ୍‌ଫେଡ୍‌। ବିଭିନ୍ନ ମାନର କ୍ଷୀର ଲିଟର ପିଛା ୩୪ରୁ ୩୮ ଟଙ୍କାରେ କିଣୁଥିବା ଓମ୍‌ଫେଡ୍‌ ଏବେ ଏହି ଦରଠାରୁ ୨ଟଙ୍କା ଅଧିକ ଦରରେ କିଣିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ଓମ୍‌ଫେଡ୍‌ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ବିଭିନ୍ନ ସମୟରେ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ଷୀର କିଣୁଛି। କ୍ଷୀର ଦର ବୃଦ୍ଧି କରିବାକୁ ପ୍ରାଥମିକ ସମବାୟ ସମିତି ସଙ୍ଗଠନଗୁଡ଼ିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗୁୁରୁତ୍ବର ସହ ବିଚାର କରି କ୍ଷୀର ଲିଟର ପିଛା ଆଉ ଦୁଇ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୧ରୁ କ୍ଷୀର ଲିଟର ପିଛା ୨ଟଙ୍କା ଅଧିକ ଦେବ ଓମ୍‌ଫେଡ୍‌। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ। ରାଜ୍ୟର ଦୁଗ୍ଧ ଚାଷୀଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ଅନ୍ୟପଟେ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ସ୍ୱାଗତ ଯୋଗ୍ୟ। କିନ୍ତୁ ଯଥେଷ୍ଟ ନୁହେଁ ବୋଲି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି। ନିକଟରେ ମୁମ୍ବଇରେ କ୍ଷୀର ଲିଟର ପିଛା ୯ଟଙ୍କା ଓ ତାମିଲନାଡୁରେ ଲିଟର ପିଛା ୪ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଚାଷୀମାନେ ମୁମ୍ବଇରେ ଲିଟର ପିଛା ୧୦୧ ଟଙ୍କା ଓ ତାମିଲନାଡୁରେ ୪୪ଟଙ୍କା ପାଉଛନ୍ତି। ସେହି ତୁଳନାରେ ଓଡ଼ିଶାରେ ୪୦ ଟଙ୍କାରେ ଓମ୍‌ଫେଡ୍‌ କ୍ଷୀର କିଣିବ, ଏହା ବହୁତ କମ। ଏହାବ୍ୟତୀତ, ବଜାରରେ ଗୋ-ଖାଦ୍ୟ ଓ ଔଷଧପତ୍ର ଦାମ୍‌ ମଧ୍ୟ ବଢ଼ି ଚାଲିଛି। ଗୋଖାଦ୍ୟ ଦରକୁ ସରକାର ନିୟନ୍ତ୍ରଣ କରିବା ଓ ପ୍ରାଣୀ ସମ୍ପଦର ଚିକିତ୍ସା ପାଇଁ ଏକ ଆୟୁଷ୍ମାନ ଯୋଜନା ପ୍ରଚଳନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ