
ଦେବଗଡ଼:ବାରକୋଟ ପଂଚାୟତ ସମିତି ସ୍ନାତକ କଲେଜର ସମ୍ମିଳନୀ କକ୍ଷରେ ଆଜି ଟ୍ରାଇ ସହଯୋଗରେ ଟେଲିକମଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଇର ସୁଧାଂଶୁ ମୋହନ ଦାଶ,ପରିବର୍ତ୍ତନ ସଂସ୍ଥାର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ସ୍ଵାଇଁ, କଲେଜର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ,ବିଏସଏନଏଲର ମୁକେଶ ପରିଡା,ରିଲାଏନ୍ସ ଜିଓ କଂପାନୀର ଏମଡି.ୱାସିମ ଅଲ୍ଲୀ ଯୋଗ ଦେଇ ଟ୍ରାଇର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ପରେ ଉତ୍ତମ ମାନର ଗୁଣାତ୍ମକ ସେବା କିପରି ଟେଲିକମ ସେବାପ୍ରଦାନ କାରୀ ସଂସ୍ଥା ପ୍ରଦାନ କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।







