ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର: ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ପାଇଁ ଆସନ୍ତା ସପ୍ତାହରେ ୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ରହିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ଡାକ୍ତରମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ଏହାକୁ ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ମଞ୍ଜୁରପ୍ରାପ୍ତ ୧୫ ହଜାର ୪୭୪ ମୂଳ ଡାକ୍ତର ପଦବୀ ରହିଛି। ଏଥିମଧ୍ୟରୁ ୧୧ ହଜାର ୧୧୧ ଡାକ୍ତର ଏବେ ନିଯୁକ୍ତ ଅଛନ୍ତି। ତେଣୁ ରାଜ୍ୟରେ ୪ ହଜାର ୩୬୩ ଡାକ୍ତର ପଦବୀ ଖାଲି ରହିଥିବାବେଳେ ବିଧାନସଭା ପୂର୍ୱରୁ ବିଭାଗ ପକ୍ଷରୁ ୮୨୨ ପଦରେ ନିଯୁକ୍ତି ଦିଆଯିବାକୁ ଲକ୍ଷ୍ୟ ରହିଛି। ଇତିମଧ୍ୟରେ ରାଜ୍ୟରେ ୯ ହଜାର ୮୪୩ ନିୟମିତ ଡାକ୍ତର ରହିଛନ୍ତି। ଏହାବାଦ୍‌ ୧,୧୩୫ ଜଣ ଠିକା ଡାକ୍ତର ରହିଥିବାବେଳେ ୧୧୦ ଜଣ ଡିଏମ୍‌ଏଫ୍‌ ଅଧୀନରେ ନିଯୁକ୍ତ ହୋଇଛନ୍ତି। ଏହାସହିତ ୪ ଜଣ କର୍ପୋରେଶନ ଏବଂ ୧୯ ଜଣ ଅନ୍ୟାନ୍ୟ ଉତ୍ସ ଜରିଆରେ ନିଯୁକ୍ତ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୭୨୧ ଜଣ ଡାକ୍ତର ଦୀର୍ଘବର୍ଷ ଧରି ସରକାରଙ୍କୁ ଧରାଛୁଆଁ ଦେଉନାହାନ୍ତି। ସେମାନଙ୍କ ମଧ୍ୟରୁ ୧୨୮ ଡାକ୍ତରଙ୍କ ବିରୋଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ସୁଦ୍ଧା ୬୦ ଜଣଙ୍କ ବିରୋଧରେ ପ୍ରୋସିଡିଂ ଆରମ୍ଭ ହୋଇସାରିଲାଣି। ଅବଶିଷ୍ଟ ଡାକ୍ତରଙ୍କ ନଥି ଏବେ ଅନୁସନ୍ଧାନ ପ୍ରକ୍ରିୟା ଭିତରେ ରହିଛି। ସରକାରୀ ଚାକିରିରେ ଥାଇ ମଧ୍ୟ ୧ରୁ ୫ ବର୍ଷ ଧରି ଶତାଧିକ ଡାକ୍ତର କାହିଁକି ନିଜ କର୍ମସ୍ଥଳରେ ଯୋଗଦେଉନାହାନ୍ତି ତାହାକୁ ନେଇ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ସରକାର ନିୟମକୁ ଅଧିକ କଡ଼ାକଡ଼ି କରିବା ଦିଗରେ ବିଭାଗ ବିଚାର କରୁଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ସଚିବ ଗୌରହରି ବେହେରା କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ୫,୨୦୦ ଡାକ୍ତରଙ୍କ ଇଣ୍ଡେଣ୍ଟ ଦିଆଯାଇଥିଲା। ସେଥିରୁ ସେମାନେ ଏଥର ୮୨୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ଡାକ୍ତରଙ୍କ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ପାଇଁ ସରକାର ଅହରହ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ଏବେ ୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ରହିଛି। ଏହାଦ୍ୱାରା ଗ୍ରାମାଞ୍ଚଳ ରୋଗୀସେବାରେ ଉନ୍ନତି ଆସିବା ସହ ଲୋକେ ହାତପାଆନ୍ତାରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ନୂତନ ମେଡିକାଲ କଲେଜ ଖୋଲିବା ଉପରେ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏବେ ୧,୯୦୦ ଡାକ୍ତର ସୃଷ୍ଟି ହେଉଥିବାବେଳେ ପ୍ରତିବର୍ଷ ପ୍ରାୟ ୧୫୦ ଡାକ୍ତର ସିଟ୍‌ ଆଣିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଆଗାମୀ କିଛିବର୍ଷ ମଧ୍ୟରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ