
ଦେବଗଡ଼:ନୂଆବାଲିରୋଇ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ( ଆରଏସଇଟିଆଇ) ପକ୍ଷରୁ ୩୧ ଦିନିଆ ସିଲେଇ ତାଲିମ ଶିବିର ଆରମ୍ଭ ହୋଇଛି। ଉକ୍ତ ଶିବିରକୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି, ମିଶନ ଶକ୍ତିର ଡିପିଏମ ଶିଶିର କୁମାର ଷଡଙ୍ଗୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ଅନୁଷ୍ଠାନର ନିର୍ଦ୍ଦେଶକ ମୁକେଶ କୁମାର ସାବତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ତାଲିମଦାତା ସୂର୍ଯ୍ୟକାନ୍ତ ମିଶ୍ର ଓ ଶ୍ରୀ ପ୍ରତୀକ ଶତପଥି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୂପାଲି ମୁଖି,ଦେବାନନ୍ଦ ଖଟୁଆ ସହଯୋଗ କରିଥିଲେ। ଶିବିରରେ ୩୫ ଜଣ ମହିଳା ଅଂଶଗ୍ରହଣ କରି ଆଗାମୀ ୩୧ ଦିନ ପର୍ଯ୍ୟନ୍ତ ନିଶୁଳ୍କରେ ତାଲିମ୍ ନେବେ। ଏହି ତାଲିମ ଅନୁଷ୍ଠାନରେ ୬୪ ପ୍ରକାର ତାଲିମ୍ ମାଧ୍ୟମରେ ଗ୍ରାମାଞ୍ଚଳର ଯୁବ ବର୍ଗ ଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସହଯୋଗ କରୁଛି।







