
ପୁରୀ :ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଦିଆଗଲା ଭୁଲ ରକ୍ତ। ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଥିଲେ। ତାଙ୍କର ରକ୍ତ ବାନ୍ତି ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ବ୍ଲଡ ବ୍ୟାଙ୍କ କର୍ମଚାରୀ କିଭଳି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଦେଲେ? ୱାର୍ଡରେ ଥିବା ନର୍ସ କିଭଳି ଏହାକୁ ଯାଞ୍ଚ ନକରି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଲଗାଇଲେ? ପରିବାର ଲୋକେ ଅଭିଯୋଗ କରିବା ପରେ ସିଡିଏମଓ କହିଛନ୍ତି, ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ।








