ବ୍ରିକ୍ସ ସମ୍ମିଳନୀ: ମିଡିଆ କିଟ୍‌ରେ କୋରାପୁଟ କଫି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ, ଆଞ୍ଚଳିକ ଓ ପାରମ୍ପରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ଏକ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ପ୍ରଦାନ କରାଯାଇଛି। ଏହି ଗୁଡି ବ୍ୟାଗ୍‌ରେ ଓଡ଼ିଶାର କୋରାପୁଟ କଫି ସହିତ ୯ଟି ବିଶେଷ ସାମଗ୍ରୀ ରହିଛି। ଓଡ଼ିଶାର କୋରାପୁଟ ଜିଲାର ପାହାଡ଼ିଆ ଅଞ୍ଚଳରୁ ସଂଗୃହୀତ ପ୍ରସିଦ୍ଧ ଅର୍ଗାନିକ୍ କଫି କିଟ୍‌ରେ ରଖାଯାଇଛି। ଏହା ସହିତ ବିହାରର ପାରମ୍ପରିକ, ସ୍ୱାସ୍ଥ୍ୟକର ପ୍ରୋଟିନ୍‌ଯୁକ୍ତ ସୁପରଫୁଡ୍ ମଖାନା ଓ ସତୁ, ଗୁଜରାଟର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାର ଶିଳ୍ପର ଏକ ସୁନ୍ଦର କଳାକୃତି ଯୁକ୍ତ ଷ୍ଟୋଲ୍‌, ହିମାଚଳ ପ୍ରଦେଶର ସେଓ ଚା’ (ଆପଲ ଟି), କାଶ୍ମୀରର କେଶର, ଦକ୍ଷିଣ ଭାରତର ମିଲେଟ୍ ସ୍ନାକ୍ସ, ଗୋଆର କାଜୁ ଓ ପରିବେଶ ଅନୁକୂଳ ପୁନରୁଦ୍ଧାରିତ କାଗଜରୁ ତିଆରି ନୋଟବୁକ୍ ଏବଂ କଲମ ରହିଛି। ଏହି ସମ୍ମିଳନୀକୁ ଦେଶ ଓ ବିଦେଶରୁ ପ୍ରାୟ ୧୩୦୦ ସାମ୍ବାଦିକ ଆସିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସାମ୍ବାଦିକଙ୍କ ପାଇଁ ଏହି ସ୍ବତନ୍ତ୍ର ଉପହାର ବ୍ୟବସ୍ଥା କରିଛି।

  • Related Posts

    ଜ୍ଞାନେଶଙ୍କୁ ହଟାଇବା ଦାବି: ବିରୋଧୀଙ୍କ ଶୋଭାଯାତ୍ରା; ଧାରଣାରେ ରାହୁଲ ଏବଂ ପ୍ରିୟଙ୍କା

    ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ଏବଂ ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରି ମଙ୍ଗଳବାର ସଂସଦରୁ ନିର୍ବାଚନ ଗୃହ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଯୋଜନାବଦ୍ଧ ପଦଯାତ୍ରାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୁଲିସ…

    Continue reading
    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ