
ଦେବଗଡ଼:ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ବୁଢାପାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗର ରାମଚନ୍ଦ୍ର କବେଲ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ପାଣି ଓ ନିଆଁ ଲାଗିଲେ କିପରି ରକ୍ଷା ପାଇ ପରିବେ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତା ନାଏକଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।








