
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବିଜେପି କାର୍ଯ୍ୟାଳୟଠାରେ ରାଇକିଆ ମଣ୍ଡଳ ମହିଳା ମୋର୍ଚ୍ଚାର ପ୍ରଥମ ସାଙ୍ଗଠନିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଇକିଆ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଦୀପାଞ୍ଜଳି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମହିଳା ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ସହ ତୃଣମୂଳସ୍ତରରେ ସଂଗଠନର କାର୍ଯ୍ୟକଳାପ ବଢ଼ାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ରାଇକିଆ ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ,ଜିଲ୍ଲା ଉପସଭାପତି ଶ୍ରୀମତୀ ଝୁଲିମା ଦଳବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନା ପ୍ରଧାନ, ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ସନକ ଦିଗlଳ ପ୍ରମୁଖ ଯୋଗଦେଇଥିଲେ।ବୈଠକରେ ଉପସ୍ଥିତ ନେତୃବୃନ୍ଦ ମହିଳାମାନଙ୍କ ଭୂମିକା ଓ ସଂଗଠନରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ଆଲୋକପାତ କରିଥିଲେ। ମଣ୍ଡଳର ପ୍ରତ୍ୟେକ ପଞ୍ଚାୟତ ଓ ବୁଥ୍ସ୍ତରରେ ମହିଳା ସଂଗଠନକୁ ଅଧିକ ସକ୍ରିୟ କରିବା, ନୂଆ କର୍ମକର୍ତ୍ତାଙ୍କୁ ସଂଗଠନ ସହ ଯୋଡ଼ିବା ଏବଂ ମହିଳାମାନଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରଖି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ ହେବା ନେଇ ପରାମର୍ଶ ଦିଆଯାଇଥିଲା।
ମହିଳା ମୋର୍ଚ୍ଚାର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଗାଁ ଓ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସଂଗଠନରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ରହିଲେ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ଆହୁରି ଗତିଶୀଳ ହୋଇପାରିବ ବୋଲି ଉପସ୍ଥିତ ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ।ଏହାସହ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସାଙ୍ଗଠନିକ ଓ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା, ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ତୃଣମୂଳସ୍ତରରେ ସଂଗଠନର ଉପସ୍ଥିତିକୁ ମଜଭୁତ କରିବା ନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତ ଓ ବୁଥ୍ସ୍ତରରେ ମହିଳା କର୍ମକର୍ତ୍ତାଙ୍କୁ ନେଇ ନିୟମିତ ବୈଠକ କରି ସାଙ୍ଗଠନିକ କାର୍ଯ୍ୟକୁ ଆଗେଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଦୀପାଞ୍ଜଳି ନାୟକ ଆଗାମୀ ଦିନରେ ସମସ୍ତ ମହିଳା କର୍ମକର୍ତ୍ତାଙ୍କ ସହଯୋଗରେ ମଣ୍ଡଳରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ମତ ରଖିଥିଲେ। ବୈଠକରେ ମହିଳା ମୋର୍ଚ୍ଚାର ବିଭିନ୍ନ ପଦାଧିକାରୀ, କର୍ମକର୍ତ୍ତl ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








