ପାରାଦୀପରେ ‘ସାଗର କବଚ-୨’

ପାରାଦୀପ: ଚର୍ଚ୍ଚିତ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣରୁ ଶିକ୍ଷା ନେଇ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଏହି ଉଦ୍ଦେଶ୍ୟରେ ପାରାଦୀପଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୨’ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିବର୍ଷ ଦୁଇଥର ଏହି ସୁରକ୍ଷା ଅଭ୍ୟାସ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏହି ମିଳିତ ସମରାଭ୍ୟାସରେ ୧୮ରୁ ଉର୍ଦ୍ଧ୍ୱ ବିଭାଗ ସେମାନଙ୍କର ଯୁଦ୍ଧ କୌଶଳ ଓ ପ୍ରସ୍ତୁତି ପ୍ରଦର୍ଶନ କରୁଛନ୍ତି । ଗଭୀର ସମୁଦ୍ରରେ ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସ ସମେତ ଅନ୍ୟାନ୍ୟ ଜଳଭାଗ ବିଭାଗଗୁଡ଼ିକ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ଓଡ଼ିଶା ପୋଲିସ, ବନ ବିଭାଗ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଗୁଇନ୍ଦା ବିଭାଗ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ସ୍ଥଳଭାଗରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।
ଏହି ସମରାଭ୍ୟାସକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସୁରକ୍ଷା ବାହିନୀ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ରେଡ୍ ଟିମ୍ ଓ ବ୍ଲୁ ଟିମ୍ । ରେଡ୍ ଟିମ୍ ଦଳର ସଦସ୍ୟମାନେ ଆତଙ୍କବାଦୀଙ୍କ ବେଶଧାରଣ କରି ଜଳପଥ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ ଯୋଜନା କରିବାର କୌଶଳ ପ୍ରଦର୍ଶନ କରିବେ । ବ୍ଲୁ ଟିମ୍ ଦଳ ସ୍ଥଳଭାଗରେ ସୁରକ୍ଷା ବଳୟକୁ ମଜବୁତ ରଖି ରେଡ୍ ଟିମ୍‌ର ଆକ୍ରମଣ ଉଦ୍ୟମକୁ ସଫଳତାର ସହ ପ୍ରତିରୋଧ କରିବ ଏବଂ ଶତ୍ରୁପକ୍ଷର ଆକ୍ରମଣ ଯୋଜନାକୁ ପଣ୍ଡ କରିବ । ଉପକୂଳ ସୁରକ୍ଷାର କୌଣସି ବି ଦିଗକୁ ଦୁର୍ବଳ ନ ରଖି ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ ଏକ ସମନ୍ୱୟ ରକ୍ଷା କରିବା ହିଁ ଏହି ମିଳିତ ଅଭ୍ୟାସର ମୁଖ୍ୟ ଲକ୍ଷ୍ୟ ।

  • Related Posts

    ମହିଳାଙ୍କୁ ଦଳିଦେଲା ଦନ୍ତା

    କୁଚିଣ୍ଡା : ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଗୋଡାଇ ଗୋଡାଇ ଦଳିଦେଲା ଦନ୍ତା । ମୃତ ମହିଳା ଜଣଙ୍କ ହେଲେ କୁଚିଣ୍ଡା ବନାଞ୍ଚଳ ସଇଡା ଗ୍ରାମର ଅଞ୍ଜଳି କୁସୁମ(୪୬ ବର୍ଷ) । ଗତକାଲି ଠାରୁ ଏକ ୬ ଟିକିଆ ହାତୀପଲ…

    Continue reading
    ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍

    ସୁନ୍ଦରଗଡ଼: ଭିଜିଲାନ୍ସ ପଞ୍ଝାରେ ପ୍ରକଳ୍ପ ନିର୍ଦ୍ଦେଶକ। ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ସୁନ୍ଦରଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ