
ରାଇକିଆ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କୁଡୁତୁଲିଠାରେ ଅବସ୍ଥିତ ସ୍ବାମୀ ଓମାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ନବୀନ ବ୍ରହ୍ମଚାରୀଙ୍କ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଦିକ ରୀତିନୀତି ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆୟୋଜିତ ଏହି ସଂସ୍କାର କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ ଓ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ବୈକୁଣ୍ଠ , ପଣ୍ଡିତ ସୋମଦତ୍ତ ଶାସ୍ତ୍ରୀ , ସ୍ବାମୀ ଯୋଗାନନ୍ଦ , ନାଗାଲାଣ୍ଡରୁ ଆଚାର୍ଯ୍ୟ ଅମିତ ଆର୍ଯ୍ୟ, ବଜରଙ୍ଗ ଦଳ ଅଧ୍ୟକ୍ଷ ଜିତୁ ଭାଇ , ଅରୁଣ ଭାଇ , ରାଇକିଆ ଏକଲ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ପ୍ରସାଦ ମହାନ୍ତିଙ୍କ ସମେତ ବହୁ ସାଧୁସନ୍ଥ ଓ ଅତିଥି ଉପସ୍ଥିତ ରହି ନବୀନ ବ୍ରହ୍ମଚାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।ଉପନୟନ ସଂସ୍କାର ଅବସରରେ ବୈଦିକ ପରମ୍ପରା ଅନୁଯାୟୀ ବିଭିନ୍ନ ଧାର୍ମିକ ବିଧିବିଧାନ ସମ୍ପନ୍ନ କରାଯାଇଥିଲା। ଆଚାର୍ଯ୍ୟ ଓ ପଣ୍ଡିତମାନଙ୍କ ମନ୍ତ୍ରୋଚ୍ଚାରଣରେ ଆଶ୍ରମ ପରିସର ଆଧ୍ୟାତ୍ମିକ ପରିବେଶରେ ଭରିଯାଇଥିଲା। ଉପସ୍ଥିତ ସାଧୁସନ୍ଥମାନେ ନବୀନ ବ୍ରହ୍ମଚାରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଆଧ୍ୟାତ୍ମିକ ଉନ୍ନତି ଓ ଜୀବନର ସଫଳତା କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ।ଏହି ଅବସରରେ ଆଶ୍ରମର ଶୃଙ୍ଖଳା, ଆଧ୍ୟାତ୍ମିକ ପରିବେଶ ଓ ବୈଦିକ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଉପନୟନ ସଂସ୍କାର ମାଧ୍ୟମରେ ବ୍ରହ୍ମଚାରୀ ଜୀବନର ଶୃଙ୍ଖଳା, ଅଧ୍ୟୟନ, ଗୁରୁସେବା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ଆଗ୍ରହ ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଏହି ଆୟୋଜନ କରାଯାଇଥିବା ଜଣାପଡ଼ିଛି।
କାର୍ଯ୍ୟକ୍ରମର ସମସ୍ତ ଆୟୋଜନ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ଜୀଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ଆଶ୍ରମ ପକ୍ଷରୁ ଅତିଥି, ସାଧୁସନ୍ଥ ଓ ଉପସ୍ଥିତ ଭକ୍ତମାନଙ୍କୁ ସ୍ବାଗତ କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ସାଧୁସନ୍ଥ ଓ ଅତିଥି ନବୀନ ବ୍ରହ୍ମଚାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








