ଏଲ୍‌ପିଜି ସବ୍‌ସିଡି: ଅକ୍ଟୋବର ୧ରୁ ଇ-କେୱାଇସି ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ସବ୍‌ସିଡିରେ ମିଳୁଥିବା ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ଲାଗି ବାୟୋମେଟ୍ରିକ ପ୍ରମାଣନ ବା ଇ-କେୱାଇସି ଅନିବାର୍ଯ୍ୟ କରାଯାଇଛି । ଏହା ନ କଲେ ସିଲିଣ୍ଡର ଉପରେ ମିଳୁଥିବା ୨୧୦ ଟଙ୍କାର ସବ୍‌ସିଡି ମିଳିବ ନାହିଁ ।ପେଟ୍ରୋଲିୟମ ମନ୍ତ୍ରଣାଳୟ ମୁତାବକ, ଜାଲ୍ ହିତାଧିକାରୀଙ୍କୁ ସଂଯୋଗ ବନ୍ଦ କରିବା ଏବଂ ଠିକ୍ ଲୋକଙ୍କୁ ସବ୍‌ସିଡି ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ ସେପ୍ଟେମ୍ବର ସୁଦ୍ଧା ୨୭.୪୩ କୋଟି ସକ୍ରିୟ ଘରୋଇ ଏଲ୍‌ପିଜି ଉପଭୋକ୍ତା (୮୯.୯%) ଇ-କେୱାସି ପୂରଣ ହୋଇଛି । ଏହି ଉପଭୋକ୍ତାମାନେ ବିନା ପ୍ରତିବନ୍ଧକରେ ଏଲ୍‌ପିଜି ଭରି ପାରିବେ । ଯେଉଁ ଉପଭୋକ୍ତାଙ୍କ ଇ-କେୱାଇସି ବାକି ରହିଛି ଇ-କେୱାଇସି କରାଇବା ପରେ ହିଁ ସବ୍‌ସିଡି ଭିତ୍ତିକ ସେବା ମିଳିବ ।

ବାୟୋମେଟ୍ରିକ ପ୍ରମାଣନ ନ କରାଇଥିଲେ ମଧ୍ୟ ଏଲ୍‌ପିଜି ମିଳିବ । ମାତ୍ର ସବ୍‌ସିଡି ଲାଗି ଯୋଗ୍ୟ ବିବେଚିତ ହେବେନି ହିତାଧିକାରୀ । କେୱାଇସି ଲାଗି ଡିଜିଟାଲ ଚ୍ୟାନେଲ୍, ଆପ୍, ହ୍ୱାଟସଆପ୍ କିମ୍ବା ଆଇଭିଆର୍‌ଏସ୍ ବିକଳ୍ପ ନେବାକୁ ହେବ । ଇ-କେୱାଇସି ଲାଗି ପୂର୍ବରୁ ଜୁନ ୩୦ ଶେଷ ତାରିଖ ଥିଲା । ଏହା ପରେ ଜୁଲାଇ ୩୧, ୭ ଅଗଷ୍ଟ, ୧୫ ଅଗଷ୍ଟ, ୨୩ ଅଗଷ୍ଟ, ୩୧ ଅଗଷ୍ଟ, ୭ ସେପ୍ଟେମ୍ବର ଏବଂ ଶେଷରେ ୧୪ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିଲା ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ