
ଭୁବନେଶ୍ୱର: ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୮ ତାରିଖରେ ହେବ । ତେବେ ତା’ପୂର୍ବରୁ ଆଜି ଓଡ଼ିଶା-ଛତିଶଗଡ଼ ବୈଷୟିକ ଟିମ୍ ଆଉ ଏକ ବୈଠକ ହେବ । କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଅଧ୍ୟକ୍ଷଙ୍କ ମଧ୍ୟସ୍ଥତାରେ ଏହି ବୈଠକ ହେବ ।
ତେବେ ଏହା ପୂର୍ବରୁ ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ଘଣ୍ଟା ଧରି ଆଲୋଚନା ହୋଇଛି । ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ମହାନଦୀ ଜଳ ବଣ୍ଟନ ଓ ପରିଚାଳନା ନେଇ ଆଲୋଚନା କରିଥିଲେ ।








