ପ୍ରଥମ ଦିନରୁ ହୋହଲ୍ଲା: ହଙ୍ଗାମାରେ କମ୍ପିଲା ବିଧାନସଭା

ଭୁବନେଶ୍ବର: ପ୍ରଥମ ଦିନରୁ ହୋହଲ୍ଲା। ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା । ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ପ୍ରତିବାଦରୁ ପ୍ରଥମାର୍ଦ୍ଧ ଓ ଅପରାହ୍ନ ଅଧିବେଶନ ମାଡ଼ ଖାଇ ଯାଇଛି । ପାଟିତୁଣ୍ଡ ମଧ୍ୟରେ ଗୃହରେ ୬ଟି ବିଲ୍ ଆଗତ ହୋଇଛି ।
ବିଧାନସଭା ଆରମ୍ଭରୁ ବହି ତ୍ରୁଟି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛି ବିଜେଡି । ବିଧାନସଭା ଆରମ୍ଭ ହେବା ମାତ୍ରେ ଏ ପ୍ରସଙ୍ଗରେ ଗୃହ ଭିତରେ ନାରାବାଜି ସହ ପ୍ରତିବାଦ କରିଥିଲେ ଦଳର ସଦସ୍ୟ । ଏହାପରେ ବିଧାନସଭାରୁ ପ୍ରତିବାଦ ରାଲି କରି ବିଜେଡି ଯୁବ ଛାତ୍ର ପ୍ରତିବାଦ କରୁଥିବା ସ୍ଥାନକୁ ପଦ ଯାତ୍ରା କରିଥିଲେ ସବୁ ବିଧାୟକ। କଂଗ୍ରେସ ସଭ୍ୟମାନେ ମଧ୍ୟ ଏମଏମଡିଆର ସଂଶୋଧନ ଆଇନକୁ ତୀବ୍ର ବିରୋଧ କରି ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିବାଦ ଜଣାଇଥିଲେ। ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମାରେ ଗୃହ କମ୍ପିଥିଲା। ବାଚସ୍ପତି ଗୃହକୁ ୧୧. ୩୮ ରୁ ୧ ଘଣ୍ଟା ୧୦ ମି ଯାଏ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ପ୍ରତିବାଦ ଜଣାଇଥିଲେ। ହଙ୍ଗାମା ପାଟିତୁଣ୍ଡ ମଧ୍ୟରେ ୬ଟି ବିଲ୍ ଆଗତ ହୋଇଥିଲା ।
ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଏବଂ ନିୟୋଜନ କର ବିଲ୍, . ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍, ସହ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ଉପସ୍ଥାପନ ହୋଇଛି । ଏହାଛଡ଼ା ଓଡ଼ିଶା ରିପିଲିଂ ବିଲ୍ (ରଦ୍ଦକରଣ ବିଲ୍), ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍, ଓଡ଼ିଶା ସାମୁଦ୍ରିକ ମାଛଧରା ନିଷେଧ ଓ ନିୟନ୍ତ୍ରଣ ବିଲ୍ ଗୃହରେ ଉପସ୍ଥାପିତ ହୋଇଛି । ଗୃହ ମୁଲତବୀ ନେଇ ବିଜେପି ପ୍ରତିକ୍ରିୟା ରଖିଛି ଯେ, ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବିରୋଧୀ ତାହା ନବୁଝି ଆନ୍ଦୋଳନ କରୁଛନ୍ତି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସଂଗୀତ ବେନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨ ଜଣ ପୂର୍ବତନ ମନ୍ତ୍ରୀ ଦିବଂଗତ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାଁ, ଶିବାଜୀ ମାଝୀ ଙ୍କ ସମେତ ନିକଟରେ ନେପାଳରେ ଘଟିଥିବା ଜଳ ପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସେହି ଦିବଂଗତଙ୍କ ସମ୍ପର୍କରେ ଅବତାରଣା କରି ଦୁଃଖ ପ୍ରକାଶ କରିଥିଲେ । ଶୋକ ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ, ସିପିଆଇ ନେତା ଓ ବାଚସ୍ପତି ସୁରମା ପାଢ଼ୀ ଶୋକ ବ୍ୟକ୍ତ କରିବା ସହ ସମବେଦନା ଅର୍ପଣ କରିଥିଲେ । ଏହା ପରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ