
ଓଡ଼ିଶା DGP ନିଯୁକ୍ତି ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଗତକାଲି ଶୁଣାଣିରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦେବା ଏବଂ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍କୁ ନେଇ ମୁଖ୍ୟ ପ୍ରଶ୍ନ ଉଠିଥିଲା।ଏହା ସହିତ ସଂଜୀବ ପଣ୍ଡା ଓ YK ଜେଠଓ୍ୱାଙ୍କ ପଦୋନ୍ନତି ପରେ ସେମାନଙ୍କୁ DGP ନିଯୁକ୍ତି ପ୍ରକ୍ରିୟାରେ ବିଚାର କରିବାର ପ୍ରକ୍ରିୟା ଏବଂ ଦୁଇଟି ଏକ୍ସ-କ୍ୟାଡର ପଦବୀ ସୃଷ୍ଟିର ସମୟକୁ ନେଇ ମଧ୍ୟ ଶୁଣାଣି ହୋଇଛି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଯୁକ୍ରି ପ୍ରକ୍ରିୟାରେ ବରିଷ୍ଠ ଅଧିକାରୀଙ୍କୁ ବାଦ ଦେବା ନେଇ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ରିପୋର୍ଟ ପ୍ରଦାନ କରାଯାଇଥିବା ସଲିସିଟର ଜେନେରାଲ କହିଛନ୍ତି। ସୁପ୍ରିମକୋର୍ଟ ଏହି ଡିଜିପି ନିଯୁକ୍ତିରେ ଯୋଗ୍ୟତା ଏବଂ ଏମ୍ପାନେଲମେଣ୍ଟ ପ୍ରସଙ୍ଗରେ କଣ ନିର୍ଦ୍ଦେଶ ଦେଉଛନ୍ତି, ଏହା ଉପରେ ରହିଛି ନଜର ।








