ବିଜେପି ନିଜ ଦୋଷ ଦେଖୁ ନାହିଁ: ବିଜେଡି

ଭୁବନେଶ୍ବର: ମେଘନାଦ ପାଚେରୀରୁ ପାଣି ଗଳିବା ଅତ୍ୟନ୍ତ ଉଦବେଗଜନକ। ହେଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ବକ୍ତବ୍ୟ ଆମକୁ ବ୍ୟଥିତ ଓ ବିସ୍ମିତ କରୁଛି ବୋଲି ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି।

ବିସ୍ମିତ କାରଣ ସେ ନିଜ ଦୋଷ ଦେଖୁ ନାହାନ୍ତି। ସମାଧାନ ପାଇଁ ଦରଦ ବା ବ୍ୟଥା ତାଙ୍କ ପାଖରେ ନାହିଁ। ମେଘନାଦ ପାଚେରୀ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଅଂଶବିଶେଷ । ତା’ ଦାୟିତ୍ୱ ପ୍ରତ୍ନତତ୍ୱ ବିଭାଗର। ସେ କ’ଣ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି। ନୂଆ ସରକାର ଜୁନ ମାସରୁ ଦାୟିତ୍ୱ ନେଲାଣି।  ଚାରି ମାସ ଗଲାଣି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ପୁରୀରେ ହେଲା। ବାର୍ତ୍ତା ଦେଲେ କି ଜଗନ୍ନାଥଙ୍କ ପାଇଁ ସମର୍ପିତ। ହେଲେ ଚାରି ମାସ ଭିତରେ ସରକାରଙ୍କ ନଜରକୁ ଆସିଲା ନାହିଁ, କାହିଁକି ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି।
ପ୍ରତ୍ନତତ୍ୱ ବିଭାଗ ଅବହେଳା କରିଛି କି ? ଏହାର ସମାଧାନ ପାଇଁ ରାଜ୍ୟ ସରକାର କଣ ନିର୍ଦ୍ଦେଶ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ପାଇଁ କେମିତି ପାଣି ଗଳିଲା। କାରଣ ଜଣା ନାହିଁ ହେଲେ ସିଦ୍ଧାନ୍ତରେ କେମିତି ପହଞ୍ଚିଲେ ? ତାଙ୍କ ବୈଷୟିକ ଜ୍ଞାନ କଣ ଅଛି ? ଖାଲି ପର୍ବତକୁ ଢେଲା ମାରିବା କଥା ବୋଲି ବିଜେଡ଼ି କହିଛି। ଏହାର ବିଚାର ରାଜ୍ୟବାସୀ କରିବେ। ପରିକ୍ରମା ପ୍ରକଳ୍ପ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଭକ୍ତଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନେବାରେ ସେ ସାହସ କରିଥିଲେ। ପରୋକ୍ଷରେ ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ବିଜେପି ଷଡଯନ୍ତ୍ର କରିଥିଲା। ତାଙ୍କ ଅଭିଯୋଗକୁ ସୁପ୍ରିମକୋର୍ଟ ଖାରଜ କରି କହିଲେ ଏହା ଅର୍ଥହୀନ ଅଭିଯୋଗ।ଏଏସଆଇ  ଆପତ୍ତି କରି ନ ଥିଲା । ପ୍ରାୟୋଜିତ ଜନସ୍ୱାର୍ଥ ମାମଲା ଥିଲା । ଏପରି କଥା କୁହନ୍ତୁ ଯାହା ଯୁକ୍ତିଯୁକ୍ତ ତେବେ ଯାଇଁ ଲୋକେ ଶୁଣିବେ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି।

  • Related Posts

    ମହାକାଳପଡ଼ା ଥାନାରେ NHRC ଟିମ୍

    କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ…

    Continue reading
    ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ

    ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ