ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡିର ବିଧାନସଭା ଘେରାଉ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (ଏନ୍ଇପି-୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରକାଶ କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଛି ବିଜେପି ସରକାର । ଏହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ କରାଯାଇଥିଲା । ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ହଜାର ହଜାର ଯୁବ ଓ ଛାତ୍ର ମାନେ ଏକତ୍ରିତ ହୋଇ ବର୍ଷାରେ ଭିଜି ଭିଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ଏଥିସହ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଯଥାଶୀଘ୍ର ସଂଶୋଧିତ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ । ଆଉ କିଛି ଦିନ ପରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ଛାତ୍ରଛାତ୍ରୀ ମାନେ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛି ବିଜେଡି । ନୂତନ ପୁସ୍ତକ ପ୍ରକାଶନ କରିବା ଟେଣ୍ଡର ବିଜେପିର ପ୍ରଭାବଶାଳୀ ନେତାଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରକାଶନ ସଂସ୍ଥାକୁ ସହାୟତା କରିବା ପାଇଁ ତ୍ରୁଟି ଗୁଡିକ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି । ପୁସ୍ତକ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ୍ ଅଛନ୍ତି । ଇସ୍ତଫା ଦାବି ସତ୍ତ୍ୱେ ଶ୍ରୀ ଗଣ୍ଡ ମନ୍ତ୍ରୀ ପଦ ଛାଡୁ ନଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି । ମଙ୍ଗଳବାର ଠାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦିଆଯାଇଛି । ବୁଧବାର ସାରା ରାଜ୍ୟରୁ ହଜାର ହଜାର ଯୁବ, ଛାତ୍ର ଓ ବୁଦ୍ଧିଜୀବୀ ବିଧାନସଭା ଘେରାଉରେ ସାମିଲ ହୋଇଥିଲେ । ଆନେ୍ଦାଳନରେ ବିଜେଡି ବିଧାୟକ, ସାଂସଦ ଓ ବରିଷ୍ଠ ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ ।
ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଭବିଷ୍ୟତ ପିଢ଼ିକୁ ନଷ୍ଟ କରିବାକୁ ବିଜେପି ସରକାର ଚକ୍ରାନ୍ତ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଚକ୍ରାନ୍ତ ବିରୋଧରେ ବିଜେଡି ଜୋରଦାର ଲଢେଇ ଜାରି ରଖିଛି । ଶିକ୍ଷା ବଞ୍ଚାଅ ଆନେ୍ଦାଳନ ଜରିଆରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ହେବା ପରେ ବିଧାନସଭା ଘେରାଉ କରି ଯୁବ ଓ ଛାତ୍ର ମାନେ ରଣହୁଙ୍କାର ଦେଇଛନ୍ତି । ବିଜେପି ସରକାର ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ପିଲା ମାନଙ୍କ ପରୀକ୍ଷା ଆଉ ଅଳ୍ପ ଦିନ ରହିଲା । ୩୮୦ କୋଟି ଟଙ୍କାର ଦୁର୍ନୀତି କରି ପିଲାଙ୍କ ଭବିଷ୍ୟତ ସହ ଖେଳିବା ଆଉ ଚଳିବ ନାହିଁ । ଗଣଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବରଖାସ୍ତ କରନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ତାହା କରିପାରୁ ନାହାନ୍ତି, ତେବେ ନିଜ ଦାୟିତ୍ୱରୁ ଅପସରି ଯାଆନ୍ତୁ । ନଚେତ ବିଜେଡି ପକ୍ଷରୁ ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଜେପି ସରକାରଙ୍କ ଆଖି ଖୋଲିବା ପାଇଁ ବିଧାନସଭା ଘେରାଉ କରାଯାଇଛି । ବିଜେପି ସରକାର ବିରୋଧରେ ଜନଆକ୍ରୋଶ ଦିନକୁ ଦିନ ତୀବ୍ରତର ହେଉଛି । ଲୋକଙ୍କୁ ଭ୍ରମିତ କରିବା ପାଇଁ କେବଳ ମିଥ୍ୟା ପ୍ରଚାର କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ମିଳିପାରିଲା ନାହିଁ । ଜେନ ଜି ଓ ଜେନ୍ ଆଲଫା ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ଓଡ଼ିଶାବାସୀ ବିଜେପି ସରକାରକୁ ଭଲ ଭାବେ ଜାଣି ସାରିଲେଣି, ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ଅଧିକାର ପାଇଁ ବିଜେଡି ଲଢେଇ ଜାରି ରଖିବ ।
ଇପ୍ସିତା ସାହୁ କହିଥିଲେ ଯେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପାଇଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଛି । ପରୀକ୍ଷା ଆଉ ଅଳ୍ପ ଦିନ ବାକି ଥିବାବେଳେ ସଂଶୋଧିତ ପୁସ୍ତକ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଉ । ବିଜେପିର ନେତା ଓ ମନ୍ତ୍ରୀଙ୍କ ପିଲା ମାନେ ସୁନ୍ଦର ଭବିଷ୍ୟତ ପାଇଁ ବିଦେଶରେ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । କିନ୍ତୁ ରାଜ୍ୟ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲା ମାନେ ନିମ୍ୱୁଡା ନିମ୍ୱୁଡ଼ା ଓ ଝାଲ ମୁଢ଼ି କେମିତି ପ୍ରସ୍ତୁତି ହେବ ତାହାକୁ ପଢ଼ିବେ । ସରକାରୀ ବିଦ୍ୟାଳୟର ପିଲା ମାନଙ୍କ ଭବିଷ୍ୟତ ସହ ସରକାର କାହିଁକି ଖେଳୁଛନ୍ତି ? ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ ।
ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ସୁଦାମ ମାରାଣ୍ଡି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡ. ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ବ୍ୟୋମକେଶ ରାୟ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ଭୃଗୁ ବକ୍ସିପାତ୍ର, ପ୍ରଣବ ବଳବନ୍ତରାୟ, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଡ. ଲେଖାଶ୍ରୀ ସାମନ୍ତସିଂହାର, ବ୍ରଜକିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ, ଅଶ୍ୱୀନ କୁମାର ପାତ୍ର, ଗୌତମ ବୁଦ୍ଧ ଦାସ, ମାଧବ ଧଡା, ବର୍ଷା ସିଂ ବରିହା, ସଞ୍ଜୀବ କୁମାର ମଲ୍ଲିକ, କଳିକେଶ ନାରାୟଣ ସିଂଦେଓ, ମନ୍ମଥ ରାଉତରାୟ, ପ୍ରଶାନ୍ତ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୂପେଶ ପାଣିଗ୍ରାହୀ, ସାରଦା ପ୍ରସନ୍ନ ଜେନା, ବିଶ୍ୱରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରଦୀପ କୁମାର ଦିଶାରୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧ୍ରୁବଚରଣ ସାହୁ, ବଦ୍ରିନାରାୟଣ ପାତ୍ର, ଅଭିମନୁ୍ୟ ସେଠୀ, ବିଭୂତି ଭୂଷଣ ବଳବନ୍ତରାୟ, ପ୍ରଦୀପ କୁମାର ସାହୁ, ମନୋହର ରନ୍ଧାରୀ, ଅଧିରାଜ ମୋହନ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ସୁନିଲ କୁମାର ମହାନ୍ତି, ସୁଦର୍ଶନ ହରିପାଲ, ନୃସିଂହ ସାହୁ, ସାନନ୍ଦ ମାରାଣ୍ଡି, ପ୍ରଦୀପ ମାଝୀ, ଯୋଗେଶ କୁମାର ସିଂ, ରୋହିତ ଯୋଶେଫ ତିର୍କୀ, ସାରଦା ପ୍ରସାଦ ନାୟକ, ଝିନ୍ନ ହିକକା, ଦେବାଶିଷ ମାରାଣ୍ଡି, ବିଜୟ ନାୟକ, ଡ. ପ୍ରିୟବ୍ରତ ମାଝୀ, ରଞ୍ଜିତା ସାହୁ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର ସାହୁ, ଦେବେଶ ଆଚାର୍ଯ୍ୟ, ସୁମିତ୍ରା ଜେନା, ଗୀତା ବସ୍ତିଆ, ଅମରେଶ ପତ୍ରିଙ୍କ ସମେତ ହଜାର ହଜାର ଯୁବ ଓ ଛାତ୍ର ସାମିଲ ହୋଇଥିଲେ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ