ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ, ଦେଡ଼ଶୁର କୋର୍ଟ ଚାଲାଣ

ପାଟଣା: ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଜଣେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାଟଣା ପୁଲିସ ଅଭିଯୁକ୍ତ ଦେଡ଼ଶୁର ଲୋକନାଥ ମହାନ୍ତ (୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ସାନପୁଅ ବାଙ୍ଗାଲୋରରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ସ୍ତ୍ରୀ ଶାଶୂ ଘରେ ଅନ୍ୟ ପରିବାର ଲୋକଙ୍କ ସହ ରହୁଥିଲେ ।
ଗତ ୨୦ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ନେଇ ସମ୍ପର୍କୀୟ ଦେଡ଼ଶୁର ଲୋକନାଥ ମହାନ୍ତ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ପ୍ରତିରୋଧ କରି ପାଟି କରିବାରୁ ଅଭିଯୁକ୍ତ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜାଣିବା ସତ୍ତେ୍ୱ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ଏ ନେଇ ପୀଡ଼ିତା ପାଟଣା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଥାନା ଏସ.ଆଇ. ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ ଭାର ଗ୍ରହଣ କରି ଉଭୟଙ୍କର ଡାକ୍ତରୀ ମାଇନା କରାଇଥିଲେ । ଏହି ଘଟଣାରେ ପାଟଣା ଥାନାରେ କେସ୍ ନଂ- ୩୬୫/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଲୋକନାଥ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

  • Related Posts

    ସାମିଲ୍‌ ହେବେ ଯୁବ ଭୋଟର : ଅକ୍ଟୋବର ୭ରୁ ତିନିଦିନିଆ ଅଭିଯାନ

    ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ ଭୁବନେଶ୍ୱର, ୬ ।୧୦ : ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା…

    Continue reading
    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ