ଓଡ଼ିଶାରେ ବନ୍ୟା ସ୍ଥିତି

ଭୁବନେଶ୍ୱର: ଆକଳନଠୁ ବି ଭୟଙ୍କର ପ୍ରକୋପ । ଚାରିଦିନ କାଳ ନିର୍ଧୁମ ବର୍ଷିଲା । ଯିବା ଆଗରୁ ପବନ କୋପ ବି ଦେଲା । ଦକ୍ଷିଣ ଓଡ଼ିଶାକୁ କ୍ଷତାକ୍ତ କଲା । ଉପକୂଳ ଓ ଉତ୍ତରରେ ବି ପ୍ରବଳ ବର୍ଷା କରାଇଲା । ଏଭଳି ଗୁରୁତର ପ୍ରଭାବ ଦେଖାଇ ଅବପାତ ଓଡ଼ିଶା ଡେଇଁ ଛତିଶଗଡ଼ ପଳାଇଛି । ହେଲେ ଯିବା ପୂର୍ବରୁ ଏହା ଓଡ଼ିଶାରେ ବନ୍ୟା ସ୍ଥିତି ଆଣି ଦେଇଛି । ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ନଦୀ ଜଳସ୍ତର ଫୁଲି ଉଛୁଳିଲାଣି । ମହାନଦୀକୁ ଛତିଶଗଡ଼ ବର୍ଷା ଚିନ୍ତା ଘାରିଲାଣି ।
ପାଣିପାଗ ବିଭାଗ ଆକଳନ ହେଲା, ଆଜି ଆହୁରି ଗୋଟିଏ ଦିନ କିଛି ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ରବିବାରଠାରୁ ବର୍ଷା ପୂରା କମିବ । ଗଭୀର ଅବପାତ ୨୩ ତାରିଖ ରାତିରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ପରେ ୨୪ ତାରିଖ ପୂରାକୁ ପୂରା ଦକ୍ଷିଣ ଓଡ଼ିଶାରେଦ କୋପ ଦେଖାଇଥିଲା । ଶୁକ୍ରବାର ସକାଳେ ଏହା ଅବପାତ ଅବସ୍ଥାକୁ ଆସିଲା । ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଲଗାଣ ବର୍ଷା ହୋଇଛି । ଦକ୍ଷିଣ ସହ ଉପକୂଳରେ ପ୍ରାୟ ୪୦-୫୦ କିମି ବେଗରେ ପବନ ମାଡ଼ ହୋଇଛି । ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରୁ ଭୂସ୍ଖଳନ, ପୋଲ ଭାସିବା, ନଦୀ ଫୁଲିବା ଏବଂ ଗଛ ଓ ପଥର ଖସି ଯୋଗାଯୋଗ ବିଚ୍ଛିନ୍ନ ଖବର ଆସିଥିବାବେଳେ ଉତ୍ତର ଓଡ଼ିଶାରେ ବି ବନ୍ୟା ସ୍ଥିତି ଦେଖା ଦେଇଛି ।

ଜଳ ସମ୍ପଦ ବିଭାଗ ସୂଚନା ଅନୁସାରେ ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା ଥିବାରୁ ହୀରାକୁଦ ୪ଟି ଗେଟ୍‌ ଖୋଲିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୪ ହଜାର ୯୧୯ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ସେତିକି ପାଣି ନିଷ୍କାସିତ ହେଉଛି । ହୀରାକୁଦ ଜଳସ୍ତର ୬୨୯.୬୫ ଫୁଟ ରହିଥିଲା ସନ୍ଧ୍ୟାରେ । ବ୍ରାହ୍ମଣୀ ଜଳସ୍ତର ବଢ଼ୁଥିଲେ ମଧ୍ୟ ବିପଦ ସଙ୍କେତ ତଳେ ଅଛି । ରାତି ୯ଟା ସୁଦ୍ଧା ଜେନାପୁରରେ ଜଳସ୍ତର ୨୦.୨୨ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୩ ମିଟର । ବୈତରଣୀ ବିପଦ ସଙ୍କେତ ଉପରେ ଚାଲିଛି । ଆଖୁଆପଦାରେ ଜଳସ୍ତର ୧୯.୨୪ ମିଟର ଥିଲା । ଏଠି ବିପଦ ସଙ୍କେତ ସ୍ତର ୧୮.୩୩ ।

ବୁଢ଼ାବଳଙ୍ଗ ବିପଦ ସଙ୍କେତ (୮.୧୩ ମି) ଉପରେ ପ୍ରବାହିତ ହେଉଛି । ଜଳସ୍ତର ୮.୨୬ ମିଟରରେ ଚାଲିଥିଲା । ସୁବର୍ଣ୍ଣରେଖା ଫୁଲୁଥିବାବେଳେ ଶନିବାରକୁ ରାଜଘାଟରେ ବିପଦ ସଙ୍କେତ ଟପିପାରେ । ଜଳସ୍ତର ୯.୭୧ ମିଟରରେ ପ୍ରବାହିତ ହେଉଥିଲା । ଜଳକା ମଥାନିରେ ବିପଦ ସଙ୍କେତ ଟପି ୬.୮୨ ମିଟରରେ ପ୍ରବାହିତ ହେଉଥିଲା । ଭଦ୍ରକରେ ସାଳନ୍ଦୀ ବିପଦ ସଙ୍କେତ (୧୭ ଫୁଟ) ଡେଇଁ ୧୮.୩୦ ଫୁଟରେ ପ୍ରବାହିତ ହେଉଛି । ଋଷିକୂଲ୍ୟା ଜଳସ୍ତର ୧୬.୧୫ ମିଟରରେ ଥିବାବେଳେ ପାଣି କମୁଛି । ବଂଶଧାରା ବିପଦ ସଙ୍କେତ (୫୪.୬୦ ମି) ଉପରେ ରହିଛି । ଏଠାରେ ଜଳସ୍ତର ୫୪.୬୯ ଥିବାବେଳେ କ୍ରମଶଃ ଖସୁଛି ।

ଏହି ଲଗାଣ ବର୍ଷା, ପବନ ଯୋଗୁ ୧୦ଟି ଜିଲ୍ଲାର ୫୬ଟି ବ୍ଲକ ଅନ୍ତର୍ଗତ ୮୫୭ ଗାଁ ଏବଂ ୭ଟି ସହରର ୨୮ଟି ୱାର୍ଡ ଅଧୀନସ୍ଥ ମୋଟ ୧୮ ହଜାର ୪୬୬ ଲୋକେ ପ୍ରଭାବିତ ହୋଇଛନ୍ତି । ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କୌଣସି ଜୀବନ ହାନି ସୂଚନା ହସ୍ତଗତ ହୋଇନାହିଁ । କେବଳ ନବରଙ୍ଗପୁରର ୪ଟି ଗାଁ ପାଣି ଘେରରେ ଥିଲା । କୋରାପୁଟରେ ୮୪୪, ମାଲକାନଗିରିରେ ୧୪୦୮, ଗଜପତିରେ ୭୬୫୨, କଳାହାଣ୍ଡିରେ ୨୧୧, ନବରଙ୍ଗପୁରରେ ୪୩୫୯ଙ୍କୁ ମିଶାଇ ପ୍ରାୟ ୧୪ ହଜାର ୪୮୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାକ୍‌ ସୂଚନା ଅନୁସାରେ ୪୦୪ଟି ଘର ନଷ୍ଟ ହୋଇଛି । ବର୍ଷା ଛାଡ଼ିବାର ୫ ଦିନ ଭିତରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଅବପାତ ବିଳାସପୁରଠାରୁ ଦକ୍ଷିଣ-ପୂର୍ବରେ ୫୦ କିମି ଦୂରରେ ଥିଲା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଏହା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶକୁ ମୁହାଁଇବା ସମ୍ଭାବନା ଅଛି । ଶନିବାର ସନ୍ଧ୍ୟା ଯାଏ ଏହା ଅବପାତ ତୀବ୍ରତାରେ ରହିପାରେ । ତା’ପରେ କ୍ରମଶଃ ଦୁର୍ବଳ ହୋଇ ରାତିରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଓ ଲଘୁଚାପ ହେବ ।

ଶନିବାର ସକାଳ ଭିତରେ ଛତିଶଗଡ଼ ସଂଲଗ୍ନ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପବନ ବେଗ ୫୦-୬୦ କିମି ରହିପାରେ। ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ଜାଗାରେ ବି ପ୍ରବଳ ବର୍ଷା ଆଶଙ୍କା ଅଛି । ପବନ ହୋଇପାରେ ୪୦-୫୦ କିମି ବେଗରେ ।

ଶନିବାର ବର୍ଷା ପ୍ରକୋପ ସାମାନ୍ୟ କମିବ । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳ ବର୍ଷା ସହ କିଛି ଜାଗାରେ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି । ରବିବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ