ମେ ୪ରେ ନୀଟ୍ ୟୁଜି ପରୀକ୍ଷା

ନୂଆଦିଲ୍ଲୀ: ଘୋଷଣା ହେଲା ଚଳିତ ବର୍ଷର ନୀଟ୍ ୟୁଜି ପରୀକ୍ଷା ତାରିଖ। ୪ ମେ ୨-୨୫ରେ ଚଳିତ ବର୍ଷର ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଏହାପରେ ଆପ୍ଲିକେସନ କ୍ଲୋଜ୍ ହୋଇଯିବ ବୋଲି ଏନ୍‌ଟିଏ କହିଛି। ଏନେଇ ପ୍ରାର୍ଥୀମାନେ ଏନ୍‌ଟିଏର ସରକାରୀ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ପଞ୍ଜୀକରଣ କରିପାରିବେ।

ତେବେ ପୂର୍ବ ପରିକ୍ଷାର ଭଳି ନିଟ୍ ୟୁଜି ୨୦୨୫ ପରୀକ୍ଷା କାଗଜ କଲମରେ ଫର୍ମାଟ୍‌ରେ କରାଯିବ ବୋଲି ଏନ୍‌ଟିଏ ଘୋଷଣା କରିଛି। ଫଳରେ ଅନ୍‌ଲାଇନ୍ କିମ୍ବା ଏକାଧିକ ସିଫ୍ଟ ମାଧ୍ୟମରେ ପରୀକ୍ଷା ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥିରେ ଅପସନାଲ ପ୍ରଶ୍ନଗୁଡ଼ିକୁ ହଟାଇ ଦିଆଯାଇଛି। ଫଳରେ ଏଥର ପ୍ରଶ୍ନ ସଂଖ୍ୟା ୨୦୦ ରୁ ୧୮୦କୁ କୁ ହ୍ରାସ କରାଯାଇଛି। ପ୍ରଶ୍ନ ସହିତ ସମୟ ମଧ୍ୟ କମାଇ ଦିଆଯାଇଛି। ମୋଟ ପରୀକ୍ଷା ସମୟ ୨୦୦ ମିନିଟ୍ ରୁ ୧୮୦ ମିନିଟ୍ କୁ କମ୍ କରାଯାଇଛି।

ବହୁ ବାଦ ବିବାଦ ପରେ ଏବେ ପରୀକ୍ଷା ତାରିଖ ଘୋଷଣା ହୋଇଯିବା ପରେ ପ୍ରାର୍ଥୀମାନେ ପ୍ରସ୍ତୁତି ଉପରେ ଧ୍ୟାନ ଦେବା ଉଚିତ। ଆଡମିଟ୍ କାର୍ଡ ୧ ମଇ ସୁଦ୍ଧା ଉପଲବ୍ଧ ହେବ ଏବଂ ଫଳାଫଳ ଘୋଷଣା ହେବା ପରେ ଜୁଲାଇ ୨୦୨୫ ରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏନ୍‌ଟିଏ କହିଛି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ